28.9 C
Bhubaneswar
Sunday, May 5, 2024
Homeଓଡିଶାକୋଭିଡ୍ ହସପିଟାଲ୍‌ରେ ଏକ୍ସପାଏରି ମେଡିସିନ୍‌!

କୋଭିଡ୍ ହସପିଟାଲ୍‌ରେ ଏକ୍ସପାଏରି ମେଡିସିନ୍‌!

ଭୟରେ ମା’, ପୁଅ ଘରୋଇ ଡାକ୍ତରଖାନା ସ୍ଥାନାନ୍ତର
ବ୍ରହ୍ମପୁର : କୋଭିଡ୍ ହସପିଟାଲରେ କରୋନା ଆକ୍ରାନ୍ତ ରୋଗୀଙ୍କୁ ଏକ୍ସପାଏରି ମେଡିସିନ୍ ଦିଆଯାଉଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ମିନାକ୍ଷୀ ନଗର ସ୍ଥିତ କୋଭିଡ କେୟାର ସେଣ୍ଟରରେ ରୋଗୀଙ୍କୁ ସମୟ ଅତିକ୍ରାନ୍ତ ଔଷଧ ଦିଆଯାଇଥିବା ଜଣାପଡ଼ିବା ପରେ ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ସେଠାରୁ ସ୍ଥାନାନ୍ତର କରିଛନ୍ତି । ଗୁରୁତର ଅବସ୍ଥାରେ ମିନାକ୍ଷୀ ନଗର କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ମା’ ଓ ପୁଅ ଆଜି ଘରୋଇ ଜନାନା ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏସମ୍ପର୍କିତ ଏକ ଭିଡିଓ ଆଜି ଭାଇରାଲ ହୋଇଛି ।
ରୋଗୀଙ୍କ ସମ୍ପର୍କୀୟ ଯୋଶେଫ୍ ଦାଶ ଅଭିଯୋଗ କରିଛନ୍ତି ଯେ ଲୋଚାପଡ଼ା ରୋଡ଼ ଶକ୍ତିନଗର ବାସିନ୍ଦା ଶିକ୍ଷକ ସୁବାଷିନୀ ପଲାଇ ଓ ତାଙ୍କ ଅଧ୍ୟାପକ ପୁଅ ରାକେଶ କୁମାର ବେହେରା ତିନି ଦିନ ତଳେ ମିନାକ୍ଷୀ ନଗର ସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର କୋଭିଡ ଟେଷ୍ଟ ରିପୋର୍ଟ ନେଭେଟିଭ୍ ଥିଲା ।

କିନ୍ତୁ କରୋନା ସଂକ୍ରମଣ ସମସ୍ତ ଲକ୍ଷଣ ଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଶ୍ୱାସକ୍ରିୟାରେ ସମସ୍ୟା ଥିଲେ ମଧ୍ୟ ଅକ୍ସିଜେନ୍ ଦିଆଯାଇନଥିଲା । ଦିନକ ପରେ ଜଣେ ଡାକ୍ତର ଆସି ବିରକ୍ତ ହେବା ସହ ଅକ୍ସିଜେନ୍ ଦେଇଥିଲେ । ପରେ ଏକ୍ସପାଏରି ମେଡିସିନ୍ ଦେଲେ । ସେହି ଫେବିପିରାଭିର୍ ଟାବଲେଟ୍ ସମୟ ଅତିକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ତେଲେଙ୍ଗାନା ରାଜ୍ୟ ସାଙ୍ଗରେଡି ଜିଲ୍ଲା ପାଶାମାଇଲାରମ୍‌(ଭି) ପଟାନଚେରୁ(ଏମ୍‌)ରେ ଓପଟିମସ୍ ଫାର୍ମା ପ୍ରାଇଭେଟ ଲିମିଟେଡ୍ ଦ୍ୱରା ପ୍ରସ୍ତୁତ ଏହି ଔଷଧ ବ୍ୟାଚ୍ ନଂ ଫାଭାଟା ୨୦୦୯୩୩ଏ ସେଫ୍ଟେମ୍ବର ୨୦୨୦ରେ ପ୍ରସ୍ତୁତ ହୋଇଥିଲା ଓ ଏକ୍ସପାଏରି ଥିଲା ଫେବ୍ରୁଆରୀ ୨୦୨୧ । ତେବେ ଏହି ଟାବଲେଟ ଷ୍ଟ୍ରିପ୍ ତଳ ପାଖରେ ଏକ ଷ୍ଟିକରରେ ସେପ୍ଟେମ୍ବର ୨୦୨୦ ଓ ଫେବ୍ରୁଆରୀ ୨୦୨୨ ଲେଖାଯାଇଛି । ତାହା କାହିଁକି ଲେଖାଯାଇଛି ସ୍ପଷ୍ଟ ହୋଇନାହିଁ ।

କିନ୍ତୁ ଟାବଲେଟ୍ ଏକ୍ସପାଏରି ଅବଧି ବଢ଼ାଇବାକୁ ଏହି ଷ୍ଟିକର ମରାଯାଇଥିବା ଅନୁମାନ କରାଯାଇଛି । ଏନେଇ ରୋଗୀ ସମ୍ପୃକ୍ତ ଡାକ୍ତରଙ୍କୁ ପଚାରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳିନଥିଲା ବୋଲି ଯୋଶେଫ ଦାଶ କହିଛନ୍ତି । ଚିକିତ୍ସା ବ୍ୟବସ୍ଥା ଭଲ ନଥିବାରୁ ଉଭୟ ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ କହିଥିଲୁ । ତେବେ ନିଜ ଇଚ୍ଛାରେ ରୋଗୀଙ୍କୁ ନେଇ ଯାଉଥିବା ଲେଖି ଦେବା ପରେ ସେମାନଙ୍କୁ ଜନାନା ହସପିଟାଲରେ ଭର୍ତ୍ତି କରାଯାଇଛି । ଉଭୟ ରୋଗୀ ବର୍ତ୍ତମାନ ସାମାନ୍ୟ ସୁସ୍ଥ ଥିବା ସେ କହିଛନ୍ତି । ଏକ୍ସପାଏରି ମେଡିସିନ୍ ଅଭିଯୋଗ ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଏସ୍‌ଏସ୍ ତ୍ରିପାଠୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଲ ଯେ ସର୍ବ ଭାରତୀୟ ସ୍ତରରେ ଭାରତ ସରକାର ପୂର୍ବ ପ୍ରସ୍ତୁତ ଔଷଧର ଏକ୍ସପାଏରି ଅବଧି ବୃଦ୍ଧି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking