34.1 C
Bhubaneswar
Thursday, April 25, 2024
Homeଓଡିଶାପଶ୍ଚିମବଙ୍ଗ ଫେରନ୍ତା ଓ ମୁର୍ଶିଦାବାଦ ମିସ୍ତ୍ରି ମୁଣ୍ଡବ୍ୟଥାର କାରଣ

ପଶ୍ଚିମବଙ୍ଗ ଫେରନ୍ତା ଓ ମୁର୍ଶିଦାବାଦ ମିସ୍ତ୍ରି ମୁଣ୍ଡବ୍ୟଥାର କାରଣ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ସୀମାନ୍ତରେ ରହିଛି ପଶ୍ଚିମବଙ୍ଗ ରାଜ୍ୟ । ଏହି ପଶ୍ଚିମବଙ୍ଗ ରାଜ୍ୟରେ କରୋନା ଉଗ୍ର ରୂପ ଧାରଣ କରିଛି। ପ୍ରତ୍ୟେକ ଦୁଇ ଜଣରୁ ଜଣେ କରୋନା ପଜିଟିଭ ରହିଥିବାର କୁହାଯାଉଥିବା ସମୟରେ ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ପଶ୍ଚିମବଙ୍ଗ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନୀ ସଭାରେ ଯୋଗଦେବା ଓ ଦଳୀୟ ପ୍ରଚାର ନିମନ୍ତେ ମୟୂରଭଞ୍ଜରୁ କେତେକ ଜନସାଧାରଣ ଓ ନେତା ଯାଇଥିବା ଜଣାପଡ଼ିଛି । ଏପରିକି ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ ଫେରିବା ପରେ କରୋନା ପଜିଟିଭ ଚିହ୍ନଟ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସେହିପରି ପଶ୍ଚିମବଙ୍ଗ ରାଜ୍ୟର ମୁର୍ଶିଦାବାଦ ସହ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୫/୨୦ ହଜାର ରାଜମିସ୍ତ୍ରୀ, ଶ୍ରମିକ ଓ ଫେରିବାଲା ମୟୂରଭଞ୍ଜ ଜିଲ୍ଲାରେ ରହୁଥିବାବେଳେ ନିର୍ବାଚନରେ ଭୋଟ ଦେବା ସହ ବିଭିନ୍ନ ସମୟରେ ଯାତାୟତ କରି ଆସୁଛନ୍ତି ।

ମୟୂରଭୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାନ୍ତରେ ରହିଥିବା ହାତୀବାରି ଓ ଚକଶୁଳିଆପଦା ପ୍ରବେଶପଥକୁ ସିଲ୍ କରାଯିବା ସାଙ୍ଗକୁ ସମସ୍ତ ଗଳାପଥ ଉପରେ ନଜର ରଖାଯାଇଥିବା କୁହାଯାଇଛି । ମାତ୍ର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ରହିଥିବା ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ହେବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭର୍ତ୍ତି ହୋଇଗଲେଣି ବେଙ୍ଗଲ ଫେରନ୍ତା । ବର୍ତ୍ତମାନ ମଧ୍ୟ ଜିଲ୍ଲାରୁ ପଶ୍ଚିମବଙ୍ଗ ରାଜ୍ୟକୁ ଓ ପଶ୍ଚିମବଙ୍ଗରୁ ଜିଲ୍ଲା ଭିତରକୁ ବେଧଡ଼କ ଭାବେ ଅନୁପ୍ରବଶେ ଜାରି ରହିଥିବାର କୁହାଯାଉଛି । ଜିଲ୍ଲାର ମୋରଡ଼ା ବ୍ଲକର ନଳଗଜା, ପଳାଶମୁଣ୍ଡଳୀ, ଶୁଳିଆପଦା ବ୍ଲକର ବାଘଡ଼ା, କଣ୍ଟିସାହି. ଅଁଳାକୁଦ, କୁଳିଅଣା ବ୍ଲକର ଚାନ୍ଦୁଆ, ନଧନା ଏବଂ ସାରସକଣା ବ୍ଲକର ଜଳଦା ଆଦି ଗ୍ରାମପଞ୍ଚାୟତ ଅଧୀନରେ ରହିଥିବା ଶତାଧିକ ଗ୍ରାମ ପଶ୍ଚିମବଙ୍ଗ ସୀମାରେ ରହିଛି । ପୁଣି ଯାତାୟତ ନିମନ୍ତେ ନିର୍ମାଣ କରାଯାଇଛି ରାସ୍ତା ।

ବିଶେଷ କରି ମୋରଡ଼ା ବ୍ଲକର ଛୋଟରାୟପୁର, ବ୍ରାହ୍ମଣମରା, ଧିରେଇଡିହି ସହ ଶୁଳିଆପଦା ବ୍ଲକ ସୀମାନ୍ତରେ ରହିଥିବା ଗଳା ରାସ୍ତା ପାଲଟିଛି ସେଫ୍ ଜୋନ୍ । ସୀମାନ୍ତରେ ପୁଲିସ ବ୍ୟବସ୍ଥା କୋହଳ ସହ କୌଣସି ଚେକ୍ ପୋଷ୍ଟ ନ ଥିବାରୁ ଅନୁପ୍ରବେଶକୁ ଅଧିକ ସୁହାଇଛି। ପୁଣି ପଶ୍ଚିମବଙ୍ଗରୁ ଜିଲ୍ଲାକୁ ଆଳୁ, ମାଛ ଓ ଅନ୍ୟାନ୍ୟ ମାଲପରିବହନ କରୁଥିବା  ଗାଡ଼ିକୁ ମାଧ୍ୟମ କରି କିଛି ଲୋକ ଜିଲ୍ଲା ଭିତରକୁ ପଶିଆସୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ପଶ୍ଚିମବଙ୍ଗ ପଟୁ ଜିଲ୍ଲା ପ୍ରତି ବିପଦ ଦେଖା ଦେଇଛି । ଫଳରେ ସୀମାନ୍ତବର୍ତ୍ତି ଅଞ୍ଚଳରେ ରାତି ହେଉ ଅଥବା ଦିନ ସଦାସର୍ବଦା ପୁଲିସ ପକ୍ଷରୁ ଯାଞ୍ଚକୁ କଡ଼ାକଡ଼ି କରାଇବା ସହ କଡ଼ା ମନୋଭାବ ପୋଷଣ ନିମନ୍ତେ ଜନସାଧାରଣରେ ଦାବି ହୋଇଛି । ଏହି ସମୟରେ ଜିଲ୍ଲାକୁ ସରକାରୀ ଭାବେ ୩୦୧ଜଣ ପ୍ରବାସୀ ଫେରିଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଫେରନ୍ତା ୯୬ଜଣ ରହିଥିବାର ସୂଚନା ମିଳିଛି । ତେବେ ପଶ୍ଚିମବଙ୍ଗ ପଟୁ ଜିଲ୍ଲାକୁ ପ୍ରଶାସନର ଅଗୋଚରରେ ପଶି ଆସୁଥିବା ମୁର୍ଶିଦାବାଦ ମିସ୍ତ୍ରି ଓ ପ୍ରବାସୀ ଜିଲ୍ଲାବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking