28.1 C
Bhubaneswar
Saturday, April 27, 2024
Homeଓଡିଶାଥାନାକୁ ଡକାଇଥିଲା ପୁଲିସ, ଟଳି ପଡ଼ିଲେ ବୃଦ୍ଧ

ଥାନାକୁ ଡକାଇଥିଲା ପୁଲିସ, ଟଳି ପଡ଼ିଲେ ବୃଦ୍ଧ

ଗଞ୍ଜାମ : ଜମିଜମା ବିବାଦ ସମାଧାନ କରିବାକୁ ଥାନାକୁ ପୁଲିସ ଡକାଇଥିଲା । ଡକରା ପାଇ ପୁଅ ସହିତ ଥାନାକୁ ଯାଇଥିଲେ ବାପା କୈଳାସ ନାୟକ(୬୪) । ହେଲେ ଥାନାରେ ପହଞ୍ଚିବା ପରେ ସେ ପୁଅ କାନ୍ଧରେ ଟଳି ପଡ଼ିଥିଲେ । ଆସନ୍ତା ମାସରେ ପୁଅ ବାହାଘର ହୋଇଥାନ୍ତା । ହେଲେ ବିଧିର ବିଧାନ ଅଲଗା । ପୁଅ ବାହାଘର ଦେଖିବା ପୂର୍ବରୁ ଆଜି ଆଖି ବୁଜି ଦେଇଛନ୍ତି ବାପା । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମରେ । ଭେଜିପୁଟ ଓଡ଼ିଆ ସାହିର କୈଳାସ ନାୟକ(୬୪) ଆସନ୍ତା ମାସରେ ପୁଅ ବାହାଘର କରିବେ ବୋଲି ନିଜ ଘରର କାନ୍ଥ ନିର୍ମାଣ କରୁଥିଲେ । ପଡିଶା ଘରେ ରହୁଥିବା ସମ୍ପର୍କୀୟ ଭାଇ ଏହାକୁ ବିରୋଧ କରିବାରୁ ବିବାଦ ସୃଷ୍ଟି ହୋଇଥିଲା ।

ସମ୍ପର୍କୀୟ ଭାଇ କୈଳାସଙ୍କ ବିରୋଧରେ ଭେଜିପୁଟ ଫାଣ୍ଡିରେ ଅଭିଯୋଗ କରିବା ପରେ ଆଜି ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନ ମାମଲାର ଆପୋଷ ସମାଧାନ କରିବା ପାଇଁ କୈଳାସଙ୍କୁ ଫାଣ୍ଡିକୁ ଆସିବା ପାଇଁ ଖବର ଦେଇଥିଲେ । ପକ୍ଷାଘାତ ରୋଗରେ ପୀଡ଼ିତ କୈଳାସ ଖବର ପାଇ ଶନିବାର ମଧ୍ୟାହ୍ନରେ ଘରୁ ପାଦରେ ଚାଲି ଚାଲି ଫାଣ୍ଡିକୁ ଆସିଥିଲେ । ଫାଣ୍ଡିରେ ପହଞ୍ଚିବା ପୂର୍ବରୁ ପୁଅ କାନ୍ଧରେ ଟଳି ପଡ଼ିଥିଲେ ବାପା କୈଳାସ । ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ହେଉଥିବା ସମୟରେ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ମିଳିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସନ୍ଧ୍ୟାରେ କୈଳାସଙ୍କ ମରଶରୀର ଏକ ଆମ୍ବୁଲାନ୍ସ ଯୋଗେ ଭେଜିପୁଟରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking