28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଗ୍ୟାଙ୍ଗ୍‌ଷ୍ଟର୍ ମୁକ୍ତାର ଅନ୍‌ସାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

ଗ୍ୟାଙ୍ଗ୍‌ଷ୍ଟର୍ ମୁକ୍ତାର ଅନ୍‌ସାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବାହୁବଳୀ ମୁକ୍ତାର ଅନ୍‌ସାରୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଜେଲର୍‌ଙ୍କୁ ଧମକାଇବା ମାମଲାରେ ସାତବର୍ଷ ଜେଲ୍ ଦଣ୍ଡାଦେଶ ପରେ ଏବେ ଗ୍ୟାଙ୍ଗ୍‌ଷ୍ଟର୍ ମାମଲାରେ ଆହ୍ଲାବାଦ୍ ହାଇକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗ୍ୟାଙ୍ଗ୍‌ଷ୍ଟର୍ ମାମଲରେ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍ ମୁକ୍ତାରଙ୍କୁ ପାଞ୍ଚ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ବ୍ୟତୀତ ୫୦ ହଜାର ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି । ୨୩ ବର୍ଷ ପୁରୁଣା ଏକ ମାମଲାରେ ବିଚାରପତି ଦିନେଶ କୁମାର ସିଂହଙ୍କ ଖଣ୍ଡପୀଠ ଗ୍ୟାଙ୍ଗ୍‌ଷ୍ଟର୍ ଆକ୍ଟରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ରାଜ୍ୟ ସରକାରଙ୍କ ଅପିଲ୍ ଉପରେ ଖଣ୍ଡପୀଠ ଏହି ନିର୍ଣ୍ଣୟ ନେଇଛନ୍ତି । ୧୯୯୦ରେ ହଜରତଗଞ୍ଜ୍ ଥାନାରେ ଏହି ମାମଲାକୁ ନେଇ ମୁକ୍ତାର ଅନ୍‌ସାରୀଙ୍କ ବିରୋଧ ଏଫ୍‌ଆଇଆର୍ ହୋଇଥିଲା । ଏହା ପୂର୍ବରୁ ଜେଲର୍ ଏସ୍‌ବେ ଅବସ୍ଥିଙ୍କୁ ଧମକାଇବା ମାମଲାରେ ତିନୋଟି ଭିନ୍ନ ଭିନ୍ନ ଧାରାରେ ତାଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଉଲ୍ଲେଖଯୋଗ୍ୟ, ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍‌ର ବିଚାରପତି ଦିନେଶ କୁମାର ସିଂହଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଅପିଲ୍‌କୁ ମଞ୍ଜୁରକରି ଏହି ରାୟ ଶୁଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking