26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶକୃଷକଙ୍କ ଦ୍ୱାରା ଦିଲ୍ଲୀ-ଅମୃତସର ହାଇୱେ ଜାମ୍‌

କୃଷକଙ୍କ ଦ୍ୱାରା ଦିଲ୍ଲୀ-ଅମୃତସର ହାଇୱେ ଜାମ୍‌

କୁରୁକ୍ଷେତ୍ର : ହରିୟାଣାରେ ଧାନର ସରକାରୀ କ୍ରୟ ନହେବାରୁ କ୍ରୋଧିତ କୃଷକମାନେ କୁରୁକ୍ଷେତ୍ରର ଶାହବାଦରେ ଦିଲ୍ଲୀ-ଅମୃତସର ଏନ୍‌ଏଚ୍‌-୪୪ରେ ଧାରଣା ଦେଇଛନ୍ତି । ଫଳରେ ଏନ୍‌ଏଚ୍ ୧୦ ଘଣ୍ଟା ଧରି ଜାମ୍ ରହିଛି । ଗତ ଦୁଇଦିନ ମଧ୍ୟରେ ପ୍ରଶାସନ ଓ କୃଷକଙ୍କ ମଧ୍ୟରେ ୬ ଥର ଆଲୋଚନା ହୋଇଥିଲେ ମଧ୍ୟ ଧାନର ସରକାରୀ କ୍ରୟକୁ ନେଇ କୌଣସି ସମାଧାନର ରାସ୍ତା ବାହାରିପାରି ନାହିଁ । ଅନ୍ୟପକ୍ଷରେ ସେମାନେ ଭହୁ ସଂଖ୍ୟାରେ ପୁଲିସ୍ ଫୋର୍ସ ମୁତୟନ ଅଛନ୍ତି । ଯେପର୍ଯ୍ୟନ୍ତ ଧାନର ସରକାରୀ କ୍ରୟ ଆରମ୍ଭ ନହୋଇଛି ସେ ପର୍ଯ୍ୟନ୍ତ କୃଷକମାନେ ଏନ୍‌ଏଚ୍‌ରୁ ଉଠିବେ ନାହିଁ ବୋଲି କୃଷକ ନେତା ଗୁରମାନ୍ ସିଂହ ଚଢ଼ୁନି ସରକାର ଏବଂ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଲାଠି ମାର କି ଜେଲ୍‌ରେ ପୂରାଅ, ଆମେ ପଛକୁ ହଟିବୁ ନାହିଁ । ଅନ୍ୟପକ୍ଷରେ କୃଷକ ପକ୍ଷରୁ ଆସନ୍ତାକାଲି ରାଜ୍ୟର ସମସ୍ତ ରାସ୍ତାକୁ ଜାମ୍ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking