33.1 C
Bhubaneswar
Saturday, April 27, 2024
Homeଓଡିଶାଗଣେଶ ଭଶାଣିକୁ ନେଇ ଗୋଷ୍ଠୀ ସଂଘର୍ଷ, ୯ ଆହତ

ଗଣେଶ ଭଶାଣିକୁ ନେଇ ଗୋଷ୍ଠୀ ସଂଘର୍ଷ, ୯ ଆହତ

ଫୁଲବାଣୀ/ଗୁମାଗଡ଼ : ଶୁକ୍ରବାର ରାତିରେ ଫୁଲବାଣୀ ବ୍ଲକର ସଦର ଥାନା ଅନ୍ତର୍ଗତ ରାମାଡି ଗ୍ରାମରେ ଗଣେଶ ମେଢ଼ ଭଶାଣିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୭ ଜଣ ଆହତ ହେବା ସହ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଗଣ୍ଡଗୋଳରେ ସାମିଲ ଥିବା ଅଭିଯୋଗରେ ସ୍ଥାନୀୟ ସରପଞ୍ଚଙ୍କ ପୁଅ ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଆଜି ଫୁଲବାଣୀ-ଗୋଛାପଡା ରାସ୍ତାର ଦଡକୀ ଛକରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଗ୍ରାମର ଶତାଧିକ ମହିଳା ସରପଞ୍ଚଙ୍କୁ ଘରୁ ଟାଣି ଆଣି ରାସ୍ତାରେ ବସାଇଥିଲେ ।

ଦୀର୍ଘ ସମୟ ଧରି ଗ୍ରାମବାସୀ ରାସ୍ତା ଅବରୋଧ କରି ରଖିଥିଲେ । ଖବର ପାଇ ସଦର ଥାନା ଅଧିକାରୀ ସମୀର କୁମାର ରାଉତ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଅଭିଯୁକ୍ତମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ହଟିଥିଲେ ଗ୍ରାମବାସୀ । ଅଭିଯୋଗ ପ୍ରକାରେ, ରାମାଡି ଗ୍ରାମର ଯୁବକମାନେ ଗଣେଶ ଭସାଣିରେ ଯାଉଥିବା ବେଳେ ଦଡକି ଛକରେ କୁଆଡେ ସରପଞ୍ଚଙ୍କ ପୁଅ ଓ ତାଙ୍କର କିଛି ବନ୍ଧୁ ରାମାଡିର ଯୁବକମାନଙ୍କୁ ମାଡ଼ ମାରିଥିଲେ । ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଘଟଣାରେ ଏକ ଟ୍ରାକ୍ଟର ଭାଙ୍ଗିବା ସହ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଛି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ନ କଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking