34.1 C
Bhubaneswar
Thursday, March 28, 2024
Homeଓଡିଶାଅନୁଗୁଳସ୍ତ୍ରୀ ଓ ପୁଅକୁ ହତ୍ୟା ଉଦ୍ୟମ, ବାପା ଗିରଫ

ସ୍ତ୍ରୀ ଓ ପୁଅକୁ ହତ୍ୟା ଉଦ୍ୟମ, ବାପା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡ଼ା ଗାଁରେ ଶୁକ୍ରବାର ଅପରାହ୍ନରେ ଘରୋଇ ଗଣ୍ଡଗୋଳରୁ ସ୍ତ୍ରୀ ଓ ପୁଅକୁ ପିସ୍ତଲରେ ମାରିବା ଉଦ୍ୟମ କରିବା ଅଭିଯୋଗରେ ବାପାଙ୍କୁ ଗିରଫ କରିଛି ପୁଲିସ । ସୂଚନା ଯେ, ଗାଁର ନଗେନ୍ ନାଏକ(୪୬) ସ୍ତ୍ରୀ ଓ ୨ ପୁଅଙ୍କୁ ଛାଡ଼ି ଗାଁରେ ଅନ୍ୟତ୍ର ଘରକରି ଅନ୍ୟ ଜଣେ ମହିଳାଙ୍କ ସହ ରହୁଛନ୍ତି । ଏ ନେଇ ପରିବାର ମଧ୍ୟରେ ପାଟିଗୋଳ ଚାଲିଥିଲା । ଏହି ଘଟଣା ନେଇ ନଗେନ୍ ରାଗରଖି ଶୁକ୍ରବାର ଅପରାହ୍ନରେ ପ୍ରଥମ ସ୍ତ୍ରୀ ଓ ପୁଅ ରହିଥିବା ଘରେ ପହଞ୍ଚି ଗାଳିଗୁଲଜ କରିଥିଲେ ।

ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିଥିଲେ । ଏ ନେଇ ପୁଅ ମାନସ ପ୍ରତିରୋଧ କରିବାରୁ ନଗେନ୍ ତାଙ୍କ ବାଇକ୍ ସିଟ ତଳୁ ଏକ ଦେଶୀ ପିସ୍ତଲ ଧରି ଉଭୟ ସ୍ତ୍ରୀ ଓ ପୁଅକୁ ମାରିବାକୁ ଗୋଡ଼ାଇଥିଲେ । ଜୀବନ ବିକଳରେ ସେମାନେ ପାଟି କରିଥିଲେ । ଫଳରେ ସାହିଲୋକ ରୁଣ୍ଡ ହେବାରୁ ନଗେନ୍ ସେଠାରୁ ପଳାଇ ଯାଇଥିଲେ । ଏ ନେଇ ପୁଅ ମାନସ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଶନିବାର ନଗେନ୍‌ଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଏକ ଦେଶୀ ପିସ୍ତଲ, ୫ଟି ଜୀବନ୍ତ ଗୁଳି ଓ ବାଇକ୍ ଜବତ କରି କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking