26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଗୁଣୁପୁରରେ ଗାନ୍ଧିଜୀଙ୍କ ୧୫୧ ତମ ଜୟନ୍ତୀ ପାଳିତ

ଗୁଣୁପୁରରେ ଗାନ୍ଧିଜୀଙ୍କ ୧୫୧ ତମ ଜୟନ୍ତୀ ପାଳିତ

ଗୁଣୁପୁର: ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ମହାତ୍ମାଗାନ୍ଧୀ ଙ୍କ ୧୫୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ଏ ନ. ଭି.ଜେ. ରାଓ , ଡିନ ଏକାଡେମେକ୍ସ ଡ଼. ଏ.ଭି.ଏନ.ଏ ଲ .ଶର୍ମା ,ପରୀକ୍ଷା ନିରୀକ୍ଷକ ଡ଼.ପି.ବିଜୟ କୁମାର,ପ୍ରଫେସର ତାରିଣୀ ଚରଣ ବେହେରା ପ୍ରମୁଖ ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲା ଅର୍ପଣ କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ ,ଅଧ୍ୟପକ ,ଅଧ୍ୟପକ, ସମତେ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କ୍ରୀଡା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ସଂଯୋଜନା କରିଥିଲେ।
ଗୁଣପୁର ରେ ଗାନ୍ଧୀ ଜୟନ୍ତୀ ପାଳିତ ଗୁଣପୁର ଆଜି ଗୁଣପୁର ଉପଖଣ୍ଡ ସଦର ମହକୁମା ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଛି । ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତୀ ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ପିଲା ମାନଙ୍କୁ ମିଠେଇ ବାଣ୍ଟି ସମସ୍ତଙ୍କ ସହ ମିଶି ଜାତୀୟ ସଙ୍ଗୀତ ଗାନ କରିଥିଲେ । ପରେ ଜଗନ୍ନାଥ ମନ୍ଦିର ପରିସରରୁ ଏକ ମିନି ମାରାଥନ ଦୌଡ଼ର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ଙ୍କ ସହ ଗୁଣପୁର ପୌର ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking