29.1 C
Bhubaneswar
Thursday, July 10, 2025
Homeବ୍ରେକୀଙ୍ଗଜିଆଇଇଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ମାଗଣା ଜଳୀୟ ବାଷ୍ପ ବାମ୍ଫ ସେବା

ଜିଆଇଇଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ମାଗଣା ଜଳୀୟ ବାଷ୍ପ ବାମ୍ଫ ସେବା

ଗୁଣୁପୁର: ଆଜି ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରେ, ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ମାଗଣା ଜଳୀୟ ବାଷ୍ପ ବାମ୍ଫ ସେବା ଆରମ୍ଭ କରାଯାଇଛି l ପ୍ରତ୍ୟହ ଗୁଣୁପୁର ଏବଂ ଏହାର ଆଖ ପାଖ ଅଂଚଳର ଲୋକ କାମଧନ୍ଦା ନିମିତ୍ତ ଗୁଣୁପୁର ସହର ଉପରେ ନିର୍ଭର କରିଥାନ୍ତି । ନିଜର କାମ ରୁ ଟିକିଏ ଫୁରୁସତ ବାହାର କରି ଏହି ସେବାକୁ ଉପଲବ୍ଧ କରିପାରିବେ ବୋଲି ବିଶ୍ୱ ବିଦ୍ୟାଳୟ ର ସଭାପତି ଡା. ସତ୍ୟ ପ୍ରକାଶ ପଣ୍ଡା ପ୍ରକାଶ କରିଛନ୍ତି, ଏବଂ ଏହା ଦ୍ୱାରା କରୋନା ଭୁତାଣୁ କୁ ନିଷ୍କ୍ରୟ କରାଯାଇପାରିବ , ପ୍ରତ୍ୟହ ଦୁଇ ଥର ସକାଳେ ଏବଂ ସନ୍ଧ୍ୟାରେ ଏହି ଜଳୀୟ ବାଷ୍ପ ବାମ୍ଫ ନେବା ଦ୍ୱାରା ଆମ୍ଭେ କରୋନା ସଂକ୍ରମଣ ରୁ ନିଜକୁ ଦୁରେଇ ରଖିପାରିବା ବୋଲି କୁହାଯାଇଛି l ଏହି ସେବା ସମ୍ପୂର୍ଣ ମାଗଣା ହୋଇଥିବା ବେଳେ, ଏହାର ସମ୍ପୂର୍ଣ ଫାଇଦା ଉଠାଇବାକୁ ସମସ୍ତଙ୍କୁ ନିବେଦନ କରାଯାଇଛି l ଆଜି ପ୍ରାରମ୍ଭ ଦିନରେ ପ୍ରାୟ ଏକ ଶହ ରୁ ଉର୍ଦ୍ଧ ଜନସାଧାରଣ ଏହାର ଫାଇଦା ଉଠାଇଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking