30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ତଥା କୋସଲ ରାଜ୍ୟ ଗଠନ ସମ୍ପର୍କରେ...

ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ତଥା କୋସଲ ରାଜ୍ୟ ଗଠନ ସମ୍ପର୍କରେ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ମିଡିଆ ସେଲ୍‌ ତରଫରୁ ଆଜି ଏକ ଅନ୍‌ ଲାଇନ୍‌ ସଭା ମାଧ୍ୟମରେ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ମିଡିଆ ସେଲ୍‌ର ବରିଷ୍ଠ ସଦସ୍ୟ କେଦାର ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମିଡିଆ ସେଲ୍‌ର ଅଧ୍ୟକ୍ଷ ପୂର୍ବତନ ବିଧାୟକ କାର୍ତ୍ତିକ ତରିଆ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଯୋଗ ଦେଇ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଉଭୟ ମହାପୁରଷଙ୍କ ସ୍ମୃତିଚାରଣ କରିବା ସହ କୋସଲ ମୁକ୍ତି ଆନ୍ଦୋଳନକୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ, ନେତାଜୀ ସୁଭାଷ ବୋଷ ଓ ମହାନ କ୍ରାନ୍ତିକାରୀ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ ଆଦିିଙ୍କ ବୈପ୍ଳବିକ ସଂଘର୍ଷ ତଥା ଶାସ୍ତ୍ରୀଜୀଙ୍କ ସରଳତାରୁ ଶିକ୍ଷା ଲାଭ କରି ଏକ ଆଦର୍ଶଗତ ଜନ ଆନ୍ଦୋଳନ ତିଆରି କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରୀୟ ସାଧାରଣ ସମ୍ପଦକ ସୁନୀଲ କୁମାର ପୁରୋହିତ କରୋନା ସଂକ୍ରମଣ ପରବର୍ତ୍ତୀ ବୃହତ୍‌ କୋସଲ ଉଲଗୁଲାନ ପାଇଁ ଏ ବୈଠକରୁ ଆବଶ୍ୟକୀୟ ପ୍ରସ୍ତୁତି ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ବିଭୂଦତ୍ତ ମିଶ୍ର ମଧ୍ୟ ଏହି ବୈଠକକୁ ସଂବୋଧିତ କରିଥିଲେ । ମିଡିଆ ସେଲ୍‌ର ଆବାହକ ଶରତ ହୋତା ଉଦବୋଧନ ଦେଇ ଯେଉଁମାନେ ବାସ୍ତବରେ କୋସଲବାଦୀ, ସେମାନେ କେବେ ହେଲେ ନିଜର ବ୍ୟକ୍ତିଗତ କିମ୍ବା ଗୋଷ୍ଠୀଗତ ସ୍ୱାର୍ଥ ପାଇଁ କୋସଲ ଆନ୍ଦୋଳନର କ୍ଷତି ହେବା ଭଳି ମନ୍ତବ୍ୟ ସୋସିଆଲ ମିଡିଆରେ ନ ଦେବାକୁ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସେଲ୍‌ର ଅନ୍ୟତମ ସଦସ୍ୟ ପ୍ରମୋଦ ଝାଂକର ଓ ଭରତ ଦାଶ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ଓଡିଶା ରାଜ୍ୟ ସରକାର ଓ ପ୍ରଶାସନ କରୋନା ଭଳି ଏକ ମହାମାରୀର ମୁକାବିଲା ଦିଗରେ ମଧ୍ୟ ଆଂଚଳିକ ବୈଷମ୍ୟ ଦେଖାଉଥିବାରୁ ତାର ତୀବ୍ର ନିନ୍ଦା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking