28.1 C
Bhubaneswar
Friday, May 3, 2024
Homeଓଡିଶାଗରିବଙ୍କୁ ଏମସରେ ଇକମୋ ମାଗଣା

ଗରିବଙ୍କୁ ଏମସରେ ଇକମୋ ମାଗଣା

ଭୁବନେଶ୍ୱର: ଭୁବନେଶ୍ୱର ଏମସ ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ଯୋଗାଇବ । ରାସନକାର୍ଡ ଧାରୀ ଓ ଗରିବ ଲୋକଙ୍କୁ ଏହି ସେବା ମିଳିପାରିବ । ଏନେଇ ଭୁବନେଶ୍ୱର ଏମସ  ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ଗତ ଜୁଲାଇ ୧୫ରୁ ଏମସରେ କାର୍ଯ୍ୟକ୍ଷମ ହୋଇଛି ଇକମୋ ମେସିନ । ଏବେ ଇକମୋ ଚିକିତ୍ସା ପାଇଁ ପରିବାର ଲୋକଙ୍କ ଉପରେ ଚିନ୍ତା ଘାରିଛି । ଏମ୍‌ସ ଅଧୀକ୍ଷକଙ୍କ କହିବା ଅନୁସାରେ କୌଣସି ଗରିବ ଲୋକ ପାଇଁ ଇକମୋ ଚିକିତ୍ସା ଦରକାର ହେଲେ ଆବଶ୍ୟକ କାଗଜପତ୍ର ଦେଖାଇଲେ ସମ୍ପୂର୍ଣ୍ଣ ମାଗଣା ଚିକି କରାଯିବ।
ସୂଚନାରୁ ପ୍ରକାଶ, ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା ଆବଶ୍ୟକ ହେଉଥିଲା। ଯେଉଁଥିପାଇଁ ଓଡ଼ିଶାରୁ ବହୁ ଗୁରୁତର ରୋଗୀ କୋଲକାତା, ଚେନ୍ନାଇ ପରି ସହରରେ ଥିବା ମେଡିକାଲ୍‌କୁ ଏୟାଲିଫ୍ଟି ହୋଇଥିଲେ। ରାଜ୍ୟରେ ଆବଶ୍ୟକତା ଦେଖି ସରକାର ଏସ୍‌ସିବି ବଡ଼ ମେଡିକାଲ୍‌, କ୍ୟାପିଟାଲ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ଇନ୍‌ଷ୍ଟଲ କରିଥିଲେ। ସେହିପରି ଏମ୍‌ସରେ ମଧ୍ୟ ଇକ୍‌ମୋ ମେସିନ୍‌ ଲାଗିଥିଲା। ଜୁଲାଇ ୧୫ ତାରିଖରୁ ଏମ୍‌ସରେ କାର୍ଯ୍ୟକ୍ଷମ ଇକମୋ କାର୍ଯ୍ୟକ୍ଷମ ହେଉଛି। ଏହାଦ୍ୱାରା ଲାଇଫ୍‌ ସପୋଟ୍‌ ଆବଶ୍ୟକ ହେଉଥିବା ରୋଗୀଙ୍କୁ ଆଉ ବ୍ୟୟବହୁ ଏୟାଏଫ୍ଟି କରିବାକୁ ପଡ଼ିବ ନାହିଁ ବୋଲି ଅନୁମାନ କରାଯାଉଛି।

 

କୋଚିଂ ରୁ ଫେରିବା ସମୟରେ ଯୁବତୀଙ୍କୁ ଦୁଷ୍କର୍ମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking