37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶମାଡ଼ିଆସୁଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ହେନେରୀ

ମାଡ଼ିଆସୁଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ହେନେରୀ

ନୂଆଦିଲ୍ଲୀ : ଆଟଲାଣ୍ଟିକ୍ ମହାସାଗର ଉପରେ ଦୃଢୀଭୂତ ହୋଇ ଉତ୍ତର-ପୂର୍ବ ଦିଗ ଦେଇ ଗତି କରିବ ଶକ୍ତି ଶାଳୀ ସାମୁଦ୍ରିକ ଝଡ ହେନେରୀ । ଯାହା ସମ୍ଭବତ ଦକ୍ଷିଣ ନ୍ୟୁ ଇଂଲଣ୍ଡରେ କିମ୍ବା ଲଙ୍ଗ ଦ୍ୱୀପରେ ରବିବାର ଲ୍ୟାଣ୍ଡଫଲ କରିବ । ଫଳରେ ଉତ୍ତର-ପୂର୍ବ ଆମେରିକାର ବାସିନ୍ଦା, ବିଶେଷ କରି ନ୍ୟୁ ଇଂଲଣ୍ଡ ଏବଂ ଲଙ୍ଗ ଦ୍ୱୀପରେ ରହୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଏହାସହ ଏହାର ଗିତିବିଧି ଉପରେ ନଜର ରଖିଛନ୍ତି ମେଟୋଲୋଜି ବିଭାଗ । ତେବେ ସାମୁଦ୍ରିକ ଝଡ ପ୍ରଭାବରେ କିଛି ଅଂଶରେ ପବନ ସହ ପ୍ରବଳ ବର୍ଷା ହୋଇପାରେ । ଆମେରିକାର ନ୍ୟାସନାଲ ହରିକେନ ସେଣ୍ଟର (NHC) ଏହାର ଶେଷ ବୁଲେଟିନରେ କହିଛି ହେନେରୀ ଆଜି ରାତିରେ କିମ୍ବା ଶନିବାରରେ ସାମୁଦ୍ରିକ ଝଡରେ ପରିଣତ ହେବ । ଫଳରେ କନେକ୍ଟିକଟ, ମେନ୍, ମାସାଚୁସେଟ୍ସ, ନ୍ୟୁ ହାମ୍ପସାୟର୍, ରୋଡ ଦ୍ୱୀପ ସହ ନ୍ୟୁ ଇଂଲଣ୍ଡ ଅଞ୍ଚଳର ଅଧିକାରୀମାନେ ଲୋକଙ୍କୁ ପ୍ରସ୍ତୁତ ହେବାକୁ ଚେତାବନୀ ଦେଇଛନ୍ତି ।

ମାସାଚୁସେଟ୍ସ ଗଭର୍ଣ୍ଣର ଚାର୍ଲି ବେକରଙ୍କ କାର୍ଯ୍ୟାଳୟ କହିଛି ଯେ ସମସ୍ତ ବାସିନ୍ଦାଙ୍କୁ ତଳିଆ ଅଞ୍ଚଳରୁ ଉଠି ଆସିବାକୁ ଅନୁରୋଧ କରାଯାଇଛି । ଶନିବାର ଠାରୁ ସୋମବାର ପର୍ଯ୍ୟନ୍ତ ପାର୍କ ଏବଂ ବେଳାଭୂମି ବନ୍ଦ କରିଦିଆଯାଇଛି । ଏବେ ସେଠାରେ ପବନର ବେଗ ଅଧିକ ରହିଛି । ଫଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । NHC ଅଦିକାରୀମାନେ କହିଛନ୍ତି ଯେ ହେନେରୀ ପ୍ରଭାବରେ ଘଣ୍ଟା ପ୍ରତି ପ୍ରାୟ ୭୦ କିଲୋମିଟର ବେଗରେ ପବନ ବହୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking