28.1 C
Bhubaneswar
Saturday, April 27, 2024
Homeଓଡିଶାଅଗ୍ନିକାଣ୍ଡରେ ୪ଟି ଗାଈ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡରେ ୪ଟି ଗାଈ ଜୀବନ୍ତ ଦଗ୍ଧ

ଯାଜପୁର: ଯାଜପୁର ଦଶରଥପୁର ବ୍ଲକ୍ କଲ୍ୟାଣପୁର ପଞ୍ଚାୟତର ଦୁବକଣ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଏହି ଅଗତନିକାଣ୍ଡରେ ଗୁହାଳରେ ଥିବା ୪ଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା ତାହାର କାରଣ ଏଯାଏଁ ଜଣାପଡ଼ି ନାହିଁ ।
ସୂଚନା ଅନୁସାରେ, ଗତକାଲି ରାତିରେ ବାସୁଦେବ ମଲିକ ଶୋଇଥିବା ବେଳେ ତାଙ୍କ ଘର ଓ ଗୁହାଳରେ ହଠାତ ନିଆଁ ଲାଗି ଯାଇଥିଲା । ଭୟଭୀତ ହୋଇ ଘରର ସଦସ୍ୟ ଘରୁ ବାହାରକୁ ଚାଲି ଆସିଥିଲେ । ବାସୁଦେବଙ୍କ ଘରୁ ନିଆଁ ଓ ଧୁଆଁ ବାହାରିବା ଦେଖି ପାଖପଡ଼ିଶା ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ । ଗୁହାଳରେ ବନ୍ଧା ହୋଇଥିବା ଗାଈକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ ଦୁର୍ଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ ବାସୁଦେବଙ୍କ ୪ ଟି ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦଶରଥପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଆଁରେ ସବୁ ଜଳିପୋଡି ପାଉଁଶ ହୋଇଯାଇଥିଲା ।
https://onakhabar.com/2020/03/10/10-death-in-holi/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking