34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପୁଲଓ୍ଵାମାରେ ଥାନା ଉପରକୁ ଗ୍ରେନେଡ୍ ମାଡ

ପୁଲଓ୍ଵାମାରେ ଥାନା ଉପରକୁ ଗ୍ରେନେଡ୍ ମାଡ

କାକପୋରା: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ କାକାପୋରା ପୋଲିସ ଥାନା ଉପରକୁ ମଙ୍ଗଳବାର ଆତଙ୍କବାଦୀମାନେ ଗ୍ରେନେଡ୍ ମାଡ କରିଛନ୍ତି । ଫଳରେ ‘କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ’ର (ସିଆରପିଏଫ୍) ଜଣେ କର୍ମଚାରୀ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଥାନା ପାଚେରି ନିକଟରେ ଗ୍ରେନେଡ୍ ବିସ୍ଫୋରଣ ଘଟିଥିବା କଥା ପୁଲିସ କହିଛି । କିଛି ଦିନର ନିରବତା ପରେ ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀମାନେ ସକ୍ରିୟ ହୋଇ ଉଠିଥିବା ଜଣେ ସୁରକ୍ଷା କର୍ମୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଜମ୍ମୁ କଶ୍ମୀର ପୋଲିସ ଫାଙ୍କା ଗୁଳି ଚାଳନା କରି ଏହି ଆକ୍ରମଣର ପାଲଟା ଜବାବ ଦେଇଛି । ଆହତ ସେନା କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କଥା ପୁଲିସ କହିଛି ।
ସିଆରପିଏଫ୍ ତରଫରୁ କୁହାଯାଇଛି ଯେ ଥାନା ପରିସର ମଧ୍ୟକୁ ଫିଙ୍ଗା ଯାଇଥିବା ଗ୍ରେନେଡ୍ ବିସ୍ଫୋରଣ ଯୋଗୁଁ ଜଣେ ନିରାପତ୍ତା କର୍ମଚାରୀ ଆହତ ହୋଇଛନ୍ତି । ଗ୍ରେନେଡର ଭଗ୍ନାଂଶ ତାଙ୍କ ଦେହରେ ବାଜିବାରୁ ସେ କ୍ଷତବିକ୍ଷତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking