30.1 C
Bhubaneswar
Friday, April 26, 2024
Homeଓଡିଶାପୂର୍ବତନ ବିଧାୟକ ଅନୁପ ସାଏ ଅସୁସ୍ଥ, ମିଳିଲା ଅନ୍ତରୀଣ ଜାମିନ

ପୂର୍ବତନ ବିଧାୟକ ଅନୁପ ସାଏ ଅସୁସ୍ଥ, ମିଳିଲା ଅନ୍ତରୀଣ ଜାମିନ

ଭୁବନେଶ୍ୱର : ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାକୁ ବିଳାସପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ତାଙ୍କର ଜଣେ ସମ୍ପର୍କୀୟ ସୂଚନା ଦେଇଛନ୍ତି । ଅସୁସ୍ଥତା କାରଣରୁ ଅନୁପକୁ ଛତିଶଗଡ଼ ହାଇକୋର୍ଟ ୨ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ସୂଚନା ମିଳିଛି । ଗତ ସେପ୍ଟେମ୍ବର ୨୫ ତାରିଖରେ ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଳିକାରେ ତାକୁ ଜାମିନ ମିଳିଥିବା ଜଣାପଡିଛି । ସୂଚନାଯୋଗ୍ୟ, ରାୟଗଡ଼ ଜିଲ୍ଲାରେ ଘଟିଥିବା ଡବଲ୍ ମର୍ଡର ମାମଲାରେ ଅନୁପ ସାଏକୁ ଗିରଫ କରିଥିଲା ଛତିଶଗଡ଼ ପୁଲିସ । କଳ୍ପନା ଓ ତାଙ୍କ ଝିଅ ବବଲି ହତ୍ୟାକଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ଅନୁପ । ଗିରଫ ପରେ ଛତିଶଗଡ଼ ରାଜ୍ୟର ରାୟଗଡ଼ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଜେଲ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking