28.1 C
Bhubaneswar
Saturday, April 27, 2024
Homeଓଡିଶାଗଞ୍ଜାମ ଜିଲ୍ଲା ୧୯ ଘଂଟା ସଟ୍ ଡାଉନ

ଗଞ୍ଜାମ ଜିଲ୍ଲା ୧୯ ଘଂଟା ସଟ୍ ଡାଉନ

ଗଞ୍ଜାମ: ଭୁବନେଶ୍ୱର, କଟକ, ଦାନଗହିର, ଯାଜପୁର ଓ ଭଦ୍ରକ ପରେ ଏବେ ଗଞ୍ଜାମ ଜିଲ୍ଲାରେ ବି ସଟ୍ ଡାଉନ ଘୋଷଣା କରାଯାଇଛି । ତେବେ ସମ୍ପୂର୍ଣ ରୂପେ ଏହି ସଟ ଡାଉନ ହୋଇନଥିବା ବେଳେ ଆଂଶିକ ରୂପେ ସଟ ଡାଉନ କରାଯାଇଛି । ଜିଲ୍ଲାକୁ ପ୍ରତିଦିନ ୧୯ ଘଂଟା ସଟ୍ ଡାଉନ କରିବାକୁ ନିଷ୍ପତି ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ୫ ଘଂଟା ଲୋକଙ୍କୁ ମିଳିବ ବୋଲି ସୂଚନା ମିଳିଛି । ତେବେ ସକାଳ ୭ଟାରୁ ଆରମ୍ଭ କରି ଦିନ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ । ପରେ ଦିନ ୧୨ଟାରୁ ପରଦିନ ସକାଳ ୭ ପର୍ଯ୍ୟନ୍ତ କେହି ଘରୁ ବାହାରକୁ ବାହାରିବେନି ବୋଲି ବାରଣ କରାଯାଇଛି । ତେବେ ଅତ୍ୟାବଶ୍ୟକ ଜିନିଷପତ୍ର ନେବା ପାଇଁ ଆସୁଥିବା ଲୋକଙ୍କୁ ଗାଡି ଆଣିବା କଡାକଡି ଭାବେ ବାରଣ କରାଯାଇଛି । ଜିଲ୍ଲା ତମାମ ରାସ୍ତାରେ ଗାଡି ଗଡିବନି ବୋଲି ସୂଚନା ମିଳିଛି ।
https://onakhabar.com/2020/04/04/jajpur-and-byasa-nagar-shut-down/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking