26.1 C
Bhubaneswar
Wednesday, May 8, 2024
Homeଓଡିଶାକରୋନା ମହାମାରୀରେ ଅସହାୟଙ୍କ ସାହା ଟିମ୍ ଅଫ୍ ଅଭିଳାଷ ମାଣିଆ

କରୋନା ମହାମାରୀରେ ଅସହାୟଙ୍କ ସାହା ଟିମ୍ ଅଫ୍ ଅଭିଳାଷ ମାଣିଆ

ଭୁବନେଶ୍ୱର : ଯେଉଁ ସମୟରେ ମହାମାରୀ କରୋନା ସାରା ବିଶ୍ୱରେ ନିଜର କାୟା ବିସ୍ତାର ଆରମ୍ଭ କରିଥିଲା, ସେହି ସମୟରେ ଦେଶ ଏବଂ ରାଜ୍ୟରେ ଲକ୍‌ଡାଉନ୍‌
ସହିତ ସଟ୍‌ଡ଼ାଉନ୍ ଘୋଷଣା କରାଯାଇଥିଲା । ସେହିଭଳି ଘଡ଼ସନ୍ଧି ମୁହ ରେ ସାଧାରଣ ଧନଜୀବନ କ୍ଷତିଗ୍ରସ୍ତ ହୋଇଥିଲା ତା’ ସହିତ ଲୋକମାନେ ରୋଜଗାର ହରାଇ ବେସାହାରା ପାଲଟିଯାଇଥିବା ଲୋକମାନଙ୍କୁ ସାହା ହୋଇଛନ୍ତି ଯୁବନେତା ତଥା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ଉପ-ସଭାପତି ଶ୍ରୀଯୁକ୍ତ ଅଭିଳାଷ ମାଣିଆ ଏବଂ ତାଙ୍କ ସହଯୋଗୀମାନଙ୍କ ତ ବଧାନରେ ଗଢ଼ି ଉଠିଥିବା ସଂଗଠନ “ଟିମ୍ ଅଫ୍ ଅଭିଳାଷ ମାଣିଆ” । କରୋନା ମହାମାରୀ ପ୍ରଥମ ଲହରୀ ଆରମ୍ଭରୁ ଏବେ ପର୍ଯ୍ୟନ୍ତ ଚାଲୁଥିବା ଦ୍ୱିତୀୟ ଲହରୀ ଭିତରେ ଅସହାୟ, ଦୁଃଖି ରଙ୍କି, ଫୁଟ୍‌ପାଥ୍‌ରେ ରହୁଥିବା ଦିନ ଦରିଦ୍ର, ବିଭିନ୍ନ ବସ୍ତି ବାସିନ୍ଦାଙ୍କ ସହ ସାଧାରଣ ଲୋକମାନଙ୍କୁ କେତେବେଳେ ମାସ୍କ ଓ ସାନିଟାଇଜର ବ ନ କରି ସଚେତନ କରାଉଛନ୍ତି ତ ଆଉ କେତେବେଳେ ରନ୍ଧା ଖାଦ୍ୟ, ପ୍ୟାକେଟ ଖାଦ୍ୟ ଉକ୍ତ ଲୋକମାନଙ୍କୁ ବ ନ କରି ସେବେଠାରୁ ନିରବଚ୍ଛିନ୍ନ ଭାବରେ ଲୋକମାନଙ୍କ ସୁଖଦୁଖରେ ସାମିଲ ହୋଇ ସମସ୍ତ ପ୍ରକାର ସେବା ଓ ସହଯୋଗର ହାତ ବଢ଼ାଉଛନ୍ତି । ଏହା ସହିତ ମଧ୍ୟ ବୁଲା ଗାଈଗୋରୁ ଓ କୁକୁରମାନଙ୍କୁ ରନ୍ଧା ଖାଦ୍ୟ, ବିସ୍କୁଟ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେଇ ଯୁବନେତା ଅଭିଳାଷ ମାଣିଆ ସାଧାରଣରେ ବେଶ ଆଦୃତ ଲାଭ କରି ଲୋକମାନଙ୍କ ସୁଖଦୁଃଖର ସାଥୀ ଭାବେ ବେଶ୍ ପରିଚିତ ହୋଇଛନ୍ତି ।

ଦୀର୍ଘ ଦେଢ଼ ବର୍ଷ ଭିତରେ ଯୁବନେତା ଅଭିଳାଷ ମାଣିଆଙ୍କ ନେତୃତ୍ୱରେ କନିଷ୍ଠ ସହଯୋଗୀ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ଯୁଗ୍ମ ସଂପାଦକ ଶ୍ରୀ ଦେବବ୍ରତ ମହାନ୍ତି, ଛାତ୍ରନେତା ଶାହାରୁଖ ଖାଁ, ଯୁବ କଂଗ୍ରେସ କର୍ମୀ ଶ୍ରୀ ରଂଜିତ ସେନାପତିଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମୀମାନଙ୍କ ସହ ବିଭିନ୍ନ
ଅନୁଷ୍ଠାନର ପ୍ରମୁଖ ଯୁବ କାର୍ଯ୍ୟକ ଙ୍କ ତ ।ବଧାନରେ ଭୁବେନଶ୍ୱରର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ କରୋନା ମହାମାରୀ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ମାସ୍କ, ସାନିଟାଇଜର, ଶୁଖିଲା ଖାଦ୍ୟ, ରାସନ କିଟ୍‌, ମେଡ଼ିକାଲ କିଟ୍ ଏବଂ ରନ୍ଧା ଖାଦ୍ୟ ପ୍ରଦାନ କରି ଆସୁଛନ୍ତି “ଟିମ୍ ଅଫ୍ ଅଭିଳାଷ ମାଣିଆ” ସଂଗଠନ । ଏହା ସହିତ ବାତ୍ୟା ଓ ବନ୍ୟା ସମୟରେ ବିଭିନ୍ନ ଜିଲ୍ଲା ଗ୍ରସ୍ତ କରି ଲୋକମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା କରି ଲୋକମାନଙ୍କ ସୁଖ ଦୁଃଖରେ ସାମିଲ ହେଇ ଏହି ମହାମାରୀରେ ଏକ ବିରଳ ଉଦାହରଣ ସୃଷ୍ଟି କରିପାରିଛନ୍ତି ।
ସାରା ରାଜ୍ୟରେ ଯୁବ ନେତା ଅଭିଳାଷ ମାଣିଆଙ୍କୁ ନିଜର ଆଦର୍ଶ ରୂପେ ଗ୍ରହଣ କରିଥିବା ସଂଗଠନ “ଟିମ୍ ଅଫ୍ ଅଭିଳାଷ ମାଣିଆ” ସଂଗଠନର ସକ୍ରିୟ ସଦସ୍ୟ ତଥା ସଂଗ୍ରାମୀ ଯୁବ ଓ ଛାତ୍ର ବନ୍ଧୁଗଣ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରିବା ସହ ରକ୍ତଦାନ ଓ ମେଡ଼ିକାଲ ସମ୍ବନ୍ଧୀୟ ସାହାଯ୍ୟ ପ୍ରଦାନ କରି ଆସୁଛନ୍ତି ଯାହା ସାଧାରଣରେ ବେଶ୍ ପ୍ରଶସଂନୀୟ ହୋଇପାରିଛି । ଆଗାମୀ ଦିନରେ ମଧ୍ୟ ଲୋକମାନଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇଦେବା ପାଇଁ ବଦ୍ଧ କରିକର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking