38.1 C
Bhubaneswar
Friday, April 26, 2024
Homeଅପରାଧଗାଁ ଲୋକଙ୍କ ମାଡ ଭୟରେ ପୋଲ ଉପରୁ ସମାକୋଇ ନଦୀ କୁ ଡେଇଁଲେ ଯୁବକ

ଗାଁ ଲୋକଙ୍କ ମାଡ ଭୟରେ ପୋଲ ଉପରୁ ସମାକୋଇ ନଦୀ କୁ ଡେଇଁଲେ ଯୁବକ

ତେଲକୋଇ- ଗାଁ ଲୋକଙ୍କ ମାଡ ଭୟରେ ପୋଲ ଉପରୁ ସମାକୋଇ ନଦୀ କୁ ଡେଇଁଲେ ଯୁବକ ।ଯୁବକ ଜଣଙ୍କ ହେଉଛନ୍ତି ଖୁଣ୍ଟାପଡା ପଞ୍ଚାୟତ ଗୁଣ୍ଡରିଯୋଡା ଗାଁ ର ସତ୍ୟାନନ୍ଦ ଦେହୁରୀ ।ଆଜି ସକାଳୁ ଘଟଣା ଟି ଘଟିଥିବା ବେଳେ ଖବର ପାଇ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ ।ରଜ ବାହାଘର ସମୟରେ ପୂଜାରେ ବ୍ୟବହୃତ ଜିନିଷ କୁ ଏହି ଯୁବକ ଚୋରି କରି ନେଇଥିବା ଗାଁ ଲୋକେ ସନ୍ଧେହ କରିଥିଲେ । ଏବଂ ତାକୁ ପଚରାଉଚରା ପରେ ମୁଁ ବ୍ୟାଙ୍କ ରୁ ଟଙ୍କା ଉଠାଇ ଜିନିଷ କିଣି ଦେଇଦେବି ବୋଲି ଯୁବକ ଜଣଙ୍କ କହିଥିଲେ ।ହେଲେ ଦୁଇଦିନ ହେବ କୁଆଡେ ଚାଲି ଯାଇଥିଲେ ।ତେବେ ଆଜି ଗାଁରେ ଯୁବକ ଙ୍କୁ ଗାଁ ଲୋକେ ଦେଖି ଚୋରି ଜିନିଷ ମାଗିବାରୁ ଯୁବକ ଜଣଙ୍କ ଦୌଡ଼ି ପଳାଇ ଥିଲେ ।ଗାଁ ଲୋକ ମଧ୍ୟ ତା ପଛରେ ଗୋଡାଇ ଥିଲେ ।କାଳେ ଗାଁ ଲୋକେ ମାଡ ମାରିବେ ସେହି ଭୟରେ ସମାକୋଇ ନଦୀ କୁ ଡେଇଁ ପଡିଥିଲେ ଯୁବକ ।ଭାସି ଯାଉଥିବା ବେଳେ କିଛି ସ୍ଥାନୀୟ ଯୁବକ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ।ତେବେ ସେମାନେ ସଫଳ ନହେବାରୁ ଅଗ୍ନିଶ୍ରମ ବିଭାଗ କୁ ଖବର ଦେଇ ଥିଲେ ।ଖବର ପାଇ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ତେଲକୋଇ ଥାନା ନିକଟ ନଦୀ ଘାଟରୁ ଯୁବକ ଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲ ରେ ଭର୍ତ୍ତି କରିଛନ୍ତି ।ଯୁବକ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking