38.1 C
Bhubaneswar
Friday, April 26, 2024
Homeଓଡିଶାଶନିବାର ରାତିରେ ବନ୍ୟା

ଶନିବାର ରାତିରେ ବନ୍ୟା

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା ସଂପର୍କରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି, ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦକୁ ୫.୨୦ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି, ୪.୮୦ ଲକ୍ଷ ବାହାରୁଛି । ହୀରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡଳିରେ ବଢିବ । ଶନିବାର ସକାଳରୁ ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ ପାସ କରିବ । ମୁଣ୍ଡଳିରେ ମଧ୍ୟାହ୍ନରେ ଗଲେ ରାତି ସୁଦ୍ଧା ତଳିଆ ଅଂଚଳରେ ପହଂଚିବ । କେନ୍ଦ୍ରାପଡା, ପୁରୀ ଆଦି ଜିଲ୍ଲାରେ ଶନିବାର ରାତିରେ ପାସ କରିବ । ଶନିବାର ରାତିରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ପାସ କରିବ । ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ୬ଟି ଜିଲ୍ଲାରେ ୩୦ଟି ଓଡ୍ରାଫ ଟିମ, ୧୨ ଟିମ ଏନଡିଆରଏଫ ମୁତୟନ ହୋଇଛନ୍ତି । ତେବେ ଏ ଯାଏଁ ସେମିତି ଉଦବେଗଜନକ ସ୍ଥିତି ନାହିଁ ବୋଲି ଏସଆରସି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking