28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆସାମରେ ବନ୍ୟା ବିଭୀଷିକା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଆସାମରେ ବନ୍ୟା ବିଭୀଷିକା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଦିସପୁର: ଆସାମରେ ମୁସଳଧାରା ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଦିନକୁ ଦିନ ବିକଟାଳ ରୂପ ନେଉଛି। ଗମ୍ଭୀର ହେବାକୁ ଲାଗିଲାଣି ସ୍ଥିତି। ଯୁଆଡେ ଚାହିଁବ କେବଳ ପାଣି ଆଉ ପାଣି। ଅନେକ ଘର ବନ୍ୟା ପାଣିରେ ବୁଡି ଗଲାଣି। ବାସହରା ହେଲେଣି ଲକ୍ଷ ଲକ୍ଷ ଲୋକ। ସେପଟେ ବନ୍ୟା ଯୋଗୁ ଏଠାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।

ସେହିପରି ଆସାମର ଆଉ କିଛି ନୂଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଥିବାରୁ ରାଜ୍ୟରେ ୩୧ଟି ଜିଲ୍ଲା ପ୍ରଭାବିତ ହୋଇଛି। ବନ୍ୟା ଜଳ ଅତି ଧୀରେ ଧୀରେ କମୁଥିବାରୁ ଅଧିକ ଲୋକ ପ୍ରଭାବିତ ହେଉଛନ୍ତି ବୋଲି ଆସାମ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ ଅଥୋରିଟି(ASDMA) କହିଛି। ତାଙ୍କ କହିବା ମୁତାବକ ୬ଲକ୍ଷ ୮୦ ହଜାର ୧୧୮ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking