28.1 C
Bhubaneswar
Saturday, April 27, 2024
Homeଅପରାଧଡକାୟତି ଯୋଜନା ବେଳେ ୫ ଗିରଫ

ଡକାୟତି ଯୋଜନା ବେଳେ ୫ ଗିରଫ


ଡେଲାଙ୍ଗ : ଡେଲାଙ୍ଗ ପୁଲିସ ଏକ ଗ୍ୟାଙ୍ଗର ଡକାୟତି ଯୋଜନା ପଣ୍ଡ କରିଛି  ଓ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ  ଗୋଟେ ହାମର, ଗୋଟେ ଲୁହା ରଡ, ଲଙ୍କା ଗୁଣ୍ଡ, ୨ଟି ଟର୍ଚ୍ଚ, ୩ ବାଇକ୍‌, ୨ଟି ଅଫୁଟା ବୋମା ଜବତ କରାଯାଇଛି । ସମସ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ,  ଡେଲାଙ୍ଗ ଥାନା ଏସ୍‌ଆଇ ଉପେନ୍ଦ୍ରନାଥ ଦାସ ଓ ସଦଳବଳ ପାଟ୍ରୋଲିଂ କରୁଥିଲେ । କୁଆପଦା ଗ୍ରାମ ନିକଟସ୍ଥ ଲୁହାଗଡ଼ ଛକ ନିକଟରେ ଥିବା ଏକ ଜଙ୍ଗଲିଆ ସ୍ଥାନରେ କେତେକ ବ୍ୟକ୍ତି ହାତରେ ମାରଣା ଅସ୍ତ୍ର ଓ ବୋମା ପ୍ରଭୃତି ଧରୀ କୌଣସି ଏକ ଯୋଜନା କରୁଥିବା ଖବର ପାଇଥିଲେ । ସଙ୍ଗେ ସଙ୍ଗେ ପୁଲିସ  ଘଟଣା ସ୍ଥଳରେ ପହଞ୍ôଚ ଥିବା ବେଳେ ପଲିସକୁ ଦେଖି ଅଭିଯୁକ୍ତମାନେ ବୋମା ମାଡ଼ କରିଥିଲେ । ପୁଲିସ କୌଶଳ କ୍ରମେ ୫ ଜଣକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ୨ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଜଟଣୀ ଥାନା ଅଞ୍ଚଳର ସକବତ ଖାନ (୨୨), ମୋଜାହିଦ ଖାନ(୨୧), ବାସିରଉଲା ଖାନ(୨୨),  ମୁକ୍ତାର ଖାନ(୨୯) , ଡେଲାଙ୍ଗ ଥାନା ଅଞ୍ଚଳର କୁଆପଦା ଗ୍ରାମର ସୁନିଲ ଜେନା (୨୫)ଙ୍କୁ ପୁଲିସ ଗିରଫ କରିଛି। ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ  କୋର୍ଟଚାଲଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking