ବିଧାନସଭା ଅଧିବେଶନ ପାଇଁ ଆଜିଠୁ ୩ ଦିନ ଯାଏଁ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର :  ଆସନ୍ତା ୨୦ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ବିଧାନସଭା ଅଧିବେଶନ ପାଇଁ ଆଜିଠୁ ୩ ଦିନ ଯାଏଁ କୋଭିଡ୍ ଟେଷ୍ଟ । ଅଧିବେଶନ ପୂର୍ବରୁ ମନ୍ତ୍ରୀ, ବିଧାୟକ, ସଚିବ ଓ କର୍ମଚାରୀଙ୍କ ଚାଲିଛି କୋଭିଡ୍ ଟେଷ୍ଟ । ପ୍ରଥମେ ସଂଗ୍ରହ କରାଗଲା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନମୂନା । ଭିତରକୁ ଯାଉଥିବା ସମସ୍ତ ସାମ୍ବାଦିକଙ୍କର କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ। ରିପୋର୍ଟ ନେଗେଟିଭ୍ ଆସିଲେ ବିଧାସଭା ଯିବାକୁ ଅନୁମତି ମିଳିବ। ଆସନ୍ତା ୨୦ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ୧୭, ୧୮ ଓ ୧୯ରେ ସମସ୍ତଙ୍କର ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଟେଷ୍ଟ ହେବ । ପରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସମସ୍ତଙ୍କର କୋଭିଡ୍ କରାଯିବ । ଏଥର ମଧ୍ୟ ସଦସ୍ୟମାନେ ଭିଡିଓ କନ୍‌ଫରେନ୍ସିଂରେ ଭାଗ ନେଇପାରିବେ ।

LEAVE A REPLY

Please enter your comment!
Please enter your name here