26.1 C
Bhubaneswar
Wednesday, May 8, 2024
Homeଓଡିଶାନିର୍ବାଚନକୁ ନା କହିଲେ ୫ ପଞ୍ଚାୟତବାସୀ :  କେହି ଦାଖଲ କଲେନି ପ୍ରାର୍ଥୀପତ୍ର

ନିର୍ବାଚନକୁ ନା କହିଲେ ୫ ପଞ୍ଚାୟତବାସୀ :  କେହି ଦାଖଲ କଲେନି ପ୍ରାର୍ଥୀପତ୍ର

ଭବନେଶ୍ୱର:  ଜିଦ୍‌ରେ ଅଟଳ । ପଞ୍ଚାୟତ ନିର୍ବାଚନରୁ ଓହରିବାକୁ ୫ ପଞ୍ଚାୟତବାସୀଙ୍କ ନିଷ୍ପତ୍ତି । ଶେଷ ଦିନରେ ବି କୌଣସି ପ୍ରାର୍ଥୀ ଭରିଲେନି ନାମାଙ୍କନ । ମୋବାଇଲ୍ ନେଟ୍‌ୱର୍କ ସମସ୍ୟା ପାଇଁ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଥିବା ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର ୫ଟି ପଞ୍ଚାୟତରେ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ପାରପୋଷି, ଝରାଗୋଗୁଆ, ଝାରମୁଣ୍ଡା, ଗଣ୍ଡମ ଓ ଦିମିରିକୁଦା ପଞ୍ଚାୟତରେ ସରପଞ୍ଚ, ୱାର୍ଡ ମେମ୍ବର ଓ ସମିତି ସଭ୍ୟ ପାଇଁ ଜଣେ ବି ପ୍ରାର୍ôଥପତ୍ର ଦାଖଲ କରି ନାହାନ୍ତି । ମୋବାଇଲ୍ ନେଟୱର୍କ ଜନିତ ସମସ୍ୟାର ସମାଧାନ ନହେଲେ ଚଳିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରାଯିବ ବୋଲି ପୂର୍ବରୁ ଏହି ୫ ପଞ୍ଚାୟତବାସୀ ବୈଠକ କରି ନିଷ୍ପତ୍ତି ନେଇଥିଲେ ।

ଏମିତିକି କେହି ଏହି ନିଷ୍ପତ୍ତି ବିରୋଧରେ ଯାଇ ନାମାଙ୍କନ ପତ୍ର ଦାଖଲ କଲେ ତାଙ୍କୁ ପଞ୍ଚାୟତ ବିରୋଧୀ ବୋଲି ଘୋଷଣା କରିବାକୁ ମଧ୍ୟ ଚେତାବନୀ ଦିଆଯାଇଥିଲା । ଏନେଇ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ମିଳିତ ପଞ୍ଚାୟତବାସୀଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ବାହାରି ନପାରିବାରୁ ଆଜି ଉପରୋକ୍ତ ପଞ୍ଚାୟତବାସୀ ମିଳିତ ଶେଷ ନିଷ୍ପତ୍ତି ନେଇ ପଞ୍ଚାୟତ ନିର୍ବାଚନରୁ ଓହରିଥିବା ଜଣାପଡ଼ିଛି । ଆଜି ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ପଞ୍ଚାୟତବାସୀଙ୍କ ସହ ଆଲୋଚନା କରିଥିଲେ ସୁଦ୍ଧା ସେମାନେ ତାଙ୍କ ନିଷ୍ପତ୍ତିରେ କାଏମ ରହିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking