38.8 C
Bhubaneswar
Friday, April 19, 2024
Homeଓଡିଶାତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ : ଶେଷ ଦିନ ସୁଦ୍ଧା ୨,୨୯,୦୬୨ ନାମାଙ୍କନ ଭରିଲେ ପାର୍ଥୀ 

ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ : ଶେଷ ଦିନ ସୁଦ୍ଧା ୨,୨୯,୦୬୨ ନାମାଙ୍କନ ଭରିଲେ ପାର୍ଥୀ 

ପଞ୍ଚପ ଦିନରେ ୯୫,୩୭୬ ପାର୍ଥୀପତ୍ର ଦାଖଲ
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନ୍ତିମ ଦିନରେ ୨,୨୯,୦୬୨ ପାର୍ଥୀ ନାମାଙ୍କନ ଭରିଛନ୍ତି । କେବଳ ପଞ୍ଚମ ଦିନରେ ୯୫,୩୭୬ ପାର୍ଥୀପତ୍ର ଦାଖଲ ହୋଇଛି । ଶୁକ୍ରବାର ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଜଣାପଡିଛି । ପଞ୍ଚମ ତଥା ଶେଷ ଦିନରେ ୬୬,୩୯୪ ୱାର୍ଡ ମେମ୍ବର, ୧୪,୧୭୫ ସରପଞ୍ଚ, ୧୨,୫୪୬ ପଞ୍ଚାୟତ ସମିତି ସଭ୍ୟ ଓ ୨୨୬୧ ଜିଲ୍ଲା ପରିଷଦ ସଭ୍ୟ ମନୋନୟନ ପତ୍ର ଦାଖଲ କରିଛନ୍ତି ଓ ଏମିତି ମୋଟ ୯୫,୩୭୬ ପାର୍ଥୀପତ୍ର ଦାଖଲ ହୋଇଛି । ଅନ୍ତିମ  ଦିନରେ ୧,୬୨,୨୯୭ ୱାର୍ଡ ମେମ୍ବର, ୩୪,୬୧୩ ସରପଞ୍ଚ, ୨୮,୧୫୩ ପଞ୍ଚାୟତ ସମିତି ସଭ୍ୟ ଓ ୩୯୯୯ ଜିଲ୍ଲା ପରିଷଦ ସଭ୍ୟ ମନୋନୟନ ପତ୍ର ଦାଖଲ କରିଛନ୍ତି ଓ ଏମିତି ମୋଟ ୨,୨୯,୦୬୨ ପାର୍ଥୀ ନାମାଙ୍କନ ଭରିଛନ୍ତି । ଜାନୁଆରୀ ୧୭ରୁ ଆରମ୍ଭ ହୋଇଥିବା ନାମାଙ୍କନ ଜାନୁଆରୀ ୨୧ରେ ଶେଷ ହୋଇଛି । ଏହି ନିର୍ବାଚନରେ ୯୧,୯୧୩ ୱାର୍ଡ ମେମ୍ବର, ୬,୭୯୪ ସରପଞ୍ଚ, ୬,୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବା ପାଇଁ ୨,୭୯,୩୫,୫୨୦ ମତାଦାତା ନିଜର ମତଦାନ ସାବ୍ୟସ୍ତ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking