40.1 C
Bhubaneswar
Saturday, April 27, 2024
Homeଅପରାଧରାମ ମନ୍ଦିର ପରିସରରେ ଗୁଳିମାଡ

ରାମ ମନ୍ଦିର ପରିସରରେ ଗୁଳିମାଡ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପରିସରରେ ଗୁଳି ବିନିମୟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ରାମ ଜନ୍ମଭୂମି ପରିସରରେ ପିଏସିର ଜଣେ ସେନାଙ୍କୁ ସନ୍ଦେହଜନକ ଅବସ୍ଥାରେ ଗୁଳି କରାଯାଇଥିଲା। ଛାତିରେ ଗୁଳି ବାଜିଥିବାରୁ ଗୁରୁତର ଅବସ୍ଥାରେ ରାମ ପ୍ରସାଦଙ୍କୁ ଲକ୍ଷ୍ମୌର ଟ୍ରମା ସେଣ୍ଟରକୁ ପଠାଯାଇଛି। ସୂଚନା ପାଇବା ମାତ୍ରେ    ଅଯୋଧ୍ୟା ରେଞ୍ଜ ଆଇଜି ପ୍ରବୀଣ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପୀଡିତଙ୍କୁ ଅନ୍ୟ କେହି ଗୁଳି ଚଳାଇଛନ୍ତି ନା ତାଙ୍କ ବନ୍ଧୁକରୁ ଗୁଳି ଚଳାଇଛି , ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି।  ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୫୩ ବର୍ଷୀୟ ରାମ ପ୍ରସାଦ ଆମେଥିର ବାସିନ୍ଦା ହୋଇଥିବାବେଳେ ତାଙ୍କ ପରିବାର ଲକ୍ଷ୍ନୌରେ ରୁହନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି।  ପୁଲିସ ଏହି ଅଞ୍ଚଳରେ ନିୟୋଜିତ ଅନ୍ୟ ପୋଲିସ କର୍ମଚାରୀଙ୍କୁ  ପଚରାଉଚରା କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking