42.1 C
Bhubaneswar
Saturday, April 27, 2024
Homeରାଜନୀତି୧୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲେ ଉଦ୍ଧବ ଠାକରେ

୧୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଦଳ ଶିବସେନା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ତାଲିକା ପ୍ରକାଶ କରିଛି । ତାଲିକାରେ ୧୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ । କଂଗ୍ରେସର ଅସନ୍ତୋଷ ଭିତରେ ଇଣ୍ଡିଆ ମେଣ୍ଟରେ ଥିବା ଶିବସେନା ସଙ୍ଗାଲି ଲୋକସଭା ଆସନରୁ ମଧ୍ୟ ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି । ଏଭଳି ପରିସ୍ଥିତିରେ ବିରୋଧୀ ଶିବିରରେ ଅସନ୍ତୋଷ ଥିବା ସ୍ପଷ୍ଟ ହୋଇଛି । ପ୍ରାର୍ଥୀଙ୍କ ତାଲିକା ଘୋଷଣା ନେଇ ଶିବସେନା ନେତା ସଞ୍ଜୟ ରାୱତ ଏକ୍ସରେ ପୋଷ୍ଟ କରିଛନ୍ତି । କଂଗ୍ରେସ ନେତା ସଞ୍ଜୟ ନିରୁପମ ଯେଉଁ ସ୍ଥାନରୁ ଟିକେଟ୍‌ ଚାହୁଁଥିଲେ ଶିବସେନା ଅମୋଲ କୀର୍ତ୍ତିକରଙ୍କୁ ଟିକେଟ୍‌ ଦେଇଛି। ଶିବସେନା ବୁଲଡାଣାରୁ ନରେନ୍ଦ୍ର ଖେଡକର, ମୁମ୍ବାଇ ଦକ୍ଷିଣରୁ ଅରବିନ୍ଦ ସାୱନ୍ତ, ପରଭଣି ଲୋକ ସଭା ଆସନରୁ ସଞ୍ଜୟ ଯାଦବ, ୟାଭତମାଲ ୱାଶିମରୁ ସଞ୍ଜୟ ଦେଶମୁଖ, ସାଙ୍ଗଲିରୁ ଚନ୍ଦ୍ରହାର ପାଟିଲ ଏବଂ ହିଙ୍ଗୌଲି ଆସନରୁ ନାଗେଶ ପାଟିଲଙ୍କୁ ମଇଦାନକୁ ଓହ୍ଲାଇଛି। ଏହା ବ୍ୟତୀତ ସମ୍ଭାଜିନଗରରୁ ଚନ୍ଦ୍ରକାନ୍ତ ଖୈର, ଧାରସିଭ ଆସନରୁ ଓମରାଜେ ନିମ୍ବାଲକର, ଶିରିଡିରୁ ଭାଉସାହେବ ୱାଗଚୌର, ନାଶିକରୁ ରାଜୁଭଉ ୱେଜ, ରାଇଗଡରୁ ଅନନ୍ତ ଗୀତେ, ସିନ୍ଧୁଦର୍ଗ ରତ୍ନାଗିରିରୁ ବିନାୟକ ରାଉ ଏବଂ ଥାନେରୁ ରାଜନ ଭିଚାରେଙ୍କୁ ଟିକେଟ ମିଳିଛି। ସେହିପରି ଉତ୍ତର ପୂର୍ବ ମୁମ୍ବାଇର ସଞ୍ଜୟ ଦିନା ପାଟିଲ ଏବଂ ଉତ୍ତର ପଶ୍ଚିମ ମୁମ୍ବାଇରୁ ଅମୋଲ କୀର୍ତ୍ତିକର ଦଳର ପ୍ରାର୍ଥୀ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking