30.1 C
Bhubaneswar
Friday, April 26, 2024
Homeଓଡିଶାକୋଭିଡ୍‌-୧୯ ସଂକ୍ରମଣରେ ସଫଳ ମୁକାବିଲା ପାଇଁ କାର୍ଯ୍ୟକ୍ଷମ

କୋଭିଡ୍‌-୧୯ ସଂକ୍ରମଣରେ ସଫଳ ମୁକାବିଲା ପାଇଁ କାର୍ଯ୍ୟକ୍ଷମ

କଟକ : କୋଭିଡ୍‌-୧୯ ସଂକ୍ରମଣରେ ସଫଳ ମୁକାବିଲା ପାଇଁ ସାରାଦେଶରେ କୋଭିଡ୍ ହସ୍ପିଟାଲ୍‌ମାନ କାର୍ଯ୍ୟକ୍ଷମ କରାଯାଇ କୋଭିଡ୍ ପୀଡ଼ିତମାନଙ୍କା ଚିକିତ୍ସା କରାଯାଉଥିବାେବେଳ କେତେକ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ଧନ ଜୀବନ କ୍ଷତି ହେବାର ପରିଲିକ୍ଷିତ ହୋଇଛି । ରାଜ୍ୟ ସରକାର ବର୍ତ୍ତମାନ ୪୮ ଗୋଟି କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରିଛନ୍ତି । ଏହି ହସ୍ପିଟାଲ୍ ଗୁଡ଼ିକରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରାଜ୍ୟ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ପ୍ରତ୍ୟେକ କୋଭିଡ୍ ହସ୍ପିଟାଲ୍ ନିକଟରେ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରାଥମିକ ଅଗ୍ନିନିର୍ବାପକ ଯନ୍ତ୍ର ସହ ମୁତୟନ କରାଯାଇଛି । ମୋଟ୍ ୨୮୮ଜଣ ଅଗ୍ନିଶମ କର୍ମଚାରୀ ୩ଟି ସିଫ୍ଟରେ ୨୪ଘଣ୍ଟା କାର୍ଯ୍ୟରେ ମୂତୟନ ହୋଇଛନ୍ତି । ସେମାନେ ଉକ୍ତ ହସ୍ପିଟାଲମାନଙ୍କରେ ଅଗ୍ନିକାଣ୍ଡ ଘଟିଲେ ଅଗ୍ନିନିର୍ବାପିତ କରିବା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ଏବଂ ନିକଟସ୍ଥ ଦମକଳ କେନ୍ଦ୍ରକୁ ଖବର ଦେବେ । ଏତତ ବ୍ୟତିତ ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲ୍‌ରେ ନିୟମିତ ବ୍ୟବଧାନରେ ମକ୍‌ଡ୍ରିଲ୍ କରାଯାଇ ହସ୍ପିଟାଲ୍ ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀମାନଙ୍କୁ ଅଗ୍ନିଦୁର୍ଘଟଣାର ଉଚିତ୍ ମୁକାମିଲା ପାଇଁ ତାଲିମ୍ ଦେବା ସହ ଆବଶ୍ୟକ ଅଗ୍ନିସଚେତନତା ସୃଷ୍ଟି କରାଯାଉଅଛି । ଅନେକ ଜାଗାରେ ରାଜ୍ୟ ଅଗ୍ନିଶମ ବାହିନୀ ତରଫରୁ କୋଭିଡ ମୁକାବିଲା ପାଇଁ ରାସାୟନିକ ଜଳ ମିଶ୍ରିତ ବିଶୋଧନ ସିଞ୍ଛନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking