34.1 C
Bhubaneswar
Thursday, April 25, 2024
Homeଓଡିଶାନିଜଆଡୁ ସପ୍ତାହେ ସଡ଼ଡାଉନ ଘୋଷଣା କଲେ ଅଳଙ୍କାର ବ୍ୟବସାୟୀ ସଂଘ

ନିଜଆଡୁ ସପ୍ତାହେ ସଡ଼ଡାଉନ ଘୋଷଣା କଲେ ଅଳଙ୍କାର ବ୍ୟବସାୟୀ ସଂଘ

ଗୁଣୁପୁର: ଆଜିଠାରୁ ଆସନ୍ତା ସୋମବାର ଯାଏଁ ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଥିବା ସମସ୍ତ ଅଳଙ୍କାର ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଗୁଣୁପୁର ଅଳଙ୍କାର ବ୍ୟବସାୟୀ ସଂଘ । ଦିନକୁ ଦିନ ଗୁଣୁପୁର ସହରରେ ମହାମାରୀ କୋରନା ତାର କରାଳ ରୂପ ଧାରଣ କରିଛି । ସହରରେ ବୃଦ୍ଧି ପାଉଛି ଆକ୍ରାନ୍ତ ଙ୍କ ସଂଖ୍ୟା । ସେହି ଅନୁସାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି । ସହରରେ ଯେଭଳି ଭିଡ଼ ପରିଲକ୍ଷିତ ହେଉଛି ତାହା ନ କହିବା ଭଲ । କିଏ ବି କଟକଣା ମାନୁ ନାହାନ୍ତି । ପ୍ରଶାସନ ଓ ପୋଲିସ ପକ୍ଷରୁ ଚେକିଂ ଧର୍ମ କୁ ଆଖି ଠାର ଭଳି ମନେ ହେଉଛି । ଗୋଟେ ପଟେ ସରକାର ଲକଡାଉନ, ସଟଡାଉନ କୁ ବାରଣ କରୁଥିବା ବେଳେ, ଲୋକେ ଏହାର ଭରପୁର ଫାଇଦା ଉଠାଉଛନ୍ତି । ଏଭଳି ସ୍ଥିତିରେ ବର୍ତ୍ତମାନ ଜୀବିକା ଅପେକ୍ଷା ଜୀବନ ଆଗ ବୋଲି କୁହାଯାଇଛି । ତେଣୁ ଆଗୁଆ ଏଭଳି ନିଷ୍ପତ୍ତି ନେଇଛନ୍ତି ଜୁଏଲେରୀ ସଙ୍ଘ । ଅନ୍ୟପକ୍ଷରେ ସହରରେ ଗ୍ରୋସାରି ପନିପରିବା ବଜାର ରେ ପ୍ରବଳ ଭିଡ ପରିଲକ୍ଷିତ ହେଉଥିବା ବେଳେ, ବ୍ୟବସାୟୀ ମାନେ ଖୁଲମ ଖୋଲା ବେପାର ରେ ମାତିଛନ୍ତି । କାହାରି ଯେପରି ତିଳେ ହେଲେ ଭୟ ନାହିଁ ।
ଆଗମୀ ଦିନରେ, ସାଧାରଣ ଲୋକଙ୍କ ସହ, ଗ୍ରୋସାରି, ପନିପରିବା ବ୍ୟବସାୟୀ ମାନେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନ ନେଲେ, ଅଳ୍ପ ଦିନରେ ଗୁଣୁପୁର କୋରନାର ହଟସ୍ପଟ ପାଲଟିଯିବ ଏଥିରେ ସନ୍ଦେହ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking