28.1 C
Bhubaneswar
Friday, March 29, 2024
Homeଓଡିଶାଆସନ୍ତା ଅକ୍ଷୟ ତୃତୀୟାଠାରୁ ସରକାର ଚାଷୀଙ୍କୁ ବିନା ମୂଲ୍ୟରେ ପ୍ରାମାଣିକ ବିହନ ଯୋଗାଇ ଦିଅନ୍ତୁ- କିଷାନ...

ଆସନ୍ତା ଅକ୍ଷୟ ତୃତୀୟାଠାରୁ ସରକାର ଚାଷୀଙ୍କୁ ବିନା ମୂଲ୍ୟରେ ପ୍ରାମାଣିକ ବିହନ ଯୋଗାଇ ଦିଅନ୍ତୁ- କିଷାନ କଂଗ୍ରେସ

ଭୁବନେଶ୍ୱର: ଆସନ୍ତା ମଇ ୧୫ ପବିତ୍ର ଅକ୍ଷୟା ତୃତୀୟା । ଅଖିମୁଠୀ ଦିବସର ଶୁଭାରମ୍ଭ । ସମଗ୍ର
ରାଜ୍ୟ ବ ର୍ମାନ କରୋନା କବଳିତ ବେଳେ ମଧ୍ୟ ଚାଷୀ ବର୍ଷକର ଫସଲ ଉତ୍ପାଦନ ପାଇଁ ସଂକଳ୍ପିତ । ଧାନ ଓଡ଼ିଶାର
ମୁଖ୍ୟ ଫସଲ । ରାଜ୍ୟରେ ଖରିଫରେ ୯୦ ପ୍ରତିଶତ ଚାଷୀ ଧାନ ଚାଷ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ତେଣୁ ନିର୍ଦ୍ଧାରିତ
ସମୟରେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଆବଶ୍ୟକ ପରିମାଣର ପ୍ରାମାଣିକ ଧାନ ମକା, ଡାଲି ଓ ତୈଳବୀଜ ଜାତୀୟ ବିହନ
ଯେ।।ଗାଇ ଦିଆଯିବା ଅତ୍ୟନ୍ତ ଜରୁରୀ । କିନ୍ତୁ ପୂର୍ବ ବର୍ଷଗୁଡ଼ିକ ଭଳି ଯଦି ସରକାର ବାହାଘର ବେଳେ ବାଇଗଣ ରୁଆ ଭଳି
ବିଳମ୍ବରେ ନିଅଂଟିଆ ବିହନ ଯୋଗାଣ ବ୍ୟବସ୍ଥା କରନ୍ତି ତେବେ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଓଡ଼ିଶା
ପ୍ରଦେଶ କଂଗ୍ରେସ କମିଟି କୃଷକସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ଏଥିପାଇଁ
ରାଜ୍ୟ ସରକାର ଯଥେଷ୍ଟ ପୂର୍ବରୁ ପ୍ରାକ୍ ପ୍ରସ୍ତୁତି ହେବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ରାଜ୍ୟର ମୋଟ୍‌
ଚାହିଦା ଅନୁଯାୟୀ ଘରୋଇ ବିହନ ବ୍ୟତୀତ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଅନ୍ତତଃପକ୍ଷେ ୭ ଲକ୍ଷ କ୍ୱିଂଟାଲ୍ ପ୍ରାମାଣିକ
ଧାନ ଓ ୧ଲକ୍ଷ କ୍ୱିଂଟାଲ ମକା , ଡାଲି ଓ ତୈଳବୀଜ ଜାତୀୟ ବିହନ ପ୍ରଭୃତି ମହଜୁଦ୍ ରଖିବା ଉଚିତ୍ । ବିଗତ ବର୍ଷର
ସମୀକ୍ଷାରୁ ଜଣାଯାଏ କରୋନା ସମୟରେ କୃଷି କ୍ଷେତ୍ର ସାଧାରଣ ଜୀବନ ଜୀବିକା ପାଇଁ ଏକମାତ୍ର ବିକଳ୍ପ ଥିଲା । ତେଣୁ
ଏହି ଦୃଷ୍ଟିରୁ ବର୍ତମାନ କରୋନା ପରିସ୍ଥିତକୁ ନଜରରେ ରଖି ରାଜ୍ୟ ସରକାର ଆବଶ୍ୟକ ପରିମାଣର ଗୁଣାତ୍ମକ ପ୍ରାମାଣିକ
ଧାନ, ମକା, ଡାଲି ଓ ତୈଳବୀଜ ଜାତୀୟ ବିହନ ଆସନ୍ତା ମଇ ୧୫ ଅକ୍ଷୟ ତୃତୀୟାଠାରୁ ଚାଷୀମାନଙ୍କୁ ବିନାମୂଲ୍ୟରେ
ନିର୍ଦ୍ଧାରିତ ସମୟରେ ଯୋଗାଇ ଦେବାକୁ ପିସିସି କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଓ ଉପାଧ୍ୟକ୍ଷ ଶଶି ଭୂଷଣ
ପାତ୍ର, ଉମେଶ ସାହୁ ପ୍ରମୁଖ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking