30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

କଟକ: କଟକ ତୁଳସୀପୁରର ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତୁଳସୀପୁରସ୍ଥିତ ସନ ହସ୍ପିଟାଲରେ ନିଆଁ ଲାଗିଥିବା ସୂଚନା ମିଳିଛି । ହସ୍ପିଟାଲରୁ ପ୍ରବଳମାତ୍ରାରେ ଧୂଆଁରେ ନିର୍ଗତ ହେଉଛି । ହସ୍ପିଟାଲର ଉପର ମହଲାରେ ନିଆଁ ଲାଗିଥିବା ବେଳେ କେଉଁ କାରଣ ପାଇଁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । ଏହାଛଡା କ୍ଷୟକ୍ଷତି ନେଇ ମଧ୍ୟ ସଠିକ ସୂଚନା ମିଳିନାହିଁ । ଏହି ଘଟଣା ପରେ ଖବର ପାଇ ଘଟଣାସ୍ଥଳରେ ୭ ଅଗ୍ନିଶମ ଗାଡି ପହଂଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବେଳେ ମୃତାହତଙ୍କ ସୂଚନା ମିଳିନାହିଁ ।

ଅନ୍ୟପଟେ ସନ ହସ୍ପିଟାଲରେ ଅଗ୍ନିକାଣ୍ଡ ନେଇ କଟକ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଦେଇଛନ୍ତି । ହସ୍ପିଟାଲରେ ୧୧ ଜଣ ରୋଗୀ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ କରାଯିବ । ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ଥିଲା କି ନାହିଁ ତଦନ୍ତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ । 

ତେବେ କଟକ ବିଜୁ ପଟ୍ଟନାୟକ ଛକ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡରେ ହସ୍ପିଟାଲକୁ ଫାୟାର ଲାଇସେନ୍ସ ମିଳିନଥିବା କହିଛନ୍ତି ଚିଫ୍ ଫାୟାର ଅଫିସର । ଫାୟାର ଲାଇସେନ୍ସ ନଥାଇ ହସ୍ପିଟାଲ ଚାଲିଥିଲା । ପୂର୍ବରୁ ମକ୍ ଡ୍ରିଲ ଜରିଆରେ ସତର୍କ କରାଯାଇଥିଲା । ଫଳରେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର ସହଜ ହେଲା । ୭ ଅଗ୍ନିଶମ ଗାଡି ଓ ୫୦ କର୍ମଚାରୀ ନିଆଁ ଲିଭାଇଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking