30.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗବଜେଟ ୨୦୨୧: ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟକର ଛାଡ

ବଜେଟ ୨୦୨୧: ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟକର ଛାଡ

ନୂଆଦିଲ୍ଲୀ: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଇଜ୍ଜଳା ଯୋଜନା ସଂପ୍ରସାରଣ ପାଇଁ ସୀତାରମଣ ଘୋଷଣା କରିଛନ୍ତି । ଏବେ ୮ କୋଟି ପରିବାର ପାଉଛନ୍ତି, ଆଉ ୧ କୋଟି ବୃଦ୍ଧି କରାଯିବ । ଜାମ୍ମୁ କଶ୍ମୀରରେ ଗ୍ୟାସ ପାଇପଲାଇନ ବିଛାଇବାକୁ ହୋଇଛି ଘୋଷଣା । ଆଗାମୀ ୩ ବର୍ଷରେ ଆଉ ୧୦୦ ଜିଲ୍ଲାରେ ସିଟି ଗ୍ୟାସ ବିତରଣ କରାଯିବ ।

ବୀମା କ୍ଷେତ୍ରରେ ଏଫଡିଆଇ ୪୯ ପ୍ରତିଶତରୁ ୭୪ ପ୍ରତିଶତ ବୃଦ୍ଧି ପାଇଁ ବି ଘୋଷଣା ହୋଇଛି । ସେହିଭଳି ଏଲଆଇସିରେ ପୁଞ୍ଜିନିବେଶ ପାଇଁ ଆଇପିଓ ଆସିବ । ୨ଟି ପବ୍ଲିକ ସେକ୍ଟର ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ହେବ ।
ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ପାଇଁ ପ୍ୟାକେଜ ଘୋଷଣା ହୋଇଛି । ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମ ପାଇଁ ପ୍ୟାକେଜ ଘୋଷଣା ହୋଇଛି । ପଶ୍ଚିମବଙ୍ଗରେ ୨୫ ହଜାର କୋଟିରେ ୬୭୫ କିମି ରାଜପଥ ହେବ । କେରଳ ପାଇଁ ୬୫ ହଜାର କୋଟି ଓ ଆସାମ ପାଇଁ ୩ ହଜାର ୪ ଶହ କୋଟି । ଆଉ ୧୦୦ଟି ନୂଆ ସୈନିକ ସ୍କୁଲ ସ୍ଥାପନ ପାଇଁ ଘୋଷଣା ହୋଇଛି । ପବ୍ଲିକ-ପ୍ରାଇଭେଟ ପାର୍ଟନରସିପରେ ହେବ ନୂଆ ସୈନିକ ସ୍କୁଲ । ଲେହରେ ସେଣ୍ଟ୍ରୋଲ ୟୁନିଭର୍ସିଟି ସ୍ଥାପନ ପାଇଁ ବି ଘୋଷଣା ହୋଇଛି । ଚଳିତ ଜନଗଣନା ପ୍ରଥମ ଥର ପାଇଁ ଡିଜିଟାଲ ଜନଗଣନା ହେବ । ଆସାମ, ପଶ୍ଚିମବଙ୍ଗ ଚା ବଗିଚା ଶ୍ରମିକଙ୍କ ପାଇଁ ୧ ହଜାର କୋଟି ଘୋଷଣା ହୋଇଛି । ୨୦୨୧ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୯.୫ ପ୍ରତିଶତ ରହିଛି । ୨୦୨୨ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୬.୮ ପ୍ରତିଶତ ରହିବା ଆକଳନ ହୋଇଛି ।
ବରିଷ୍ଠ ନାଗରିକଙ୍କ ପାଇଁ ଟିକସ କ୍ଷେତ୍ରରେ ବଡ ରିହାତି । ୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ । କେବଳ ପେନସନରେ ବଂଚୁଥିବା ବରିଷ୍ଠ ନାଗରିକଙ୍କ ରିଟର୍ଣ୍ଣ ମନା । ପ୍ରତିଷ୍ଠା ହେବ ନ୍ୟାସନାଲ ଫେସଲେସ ଇନକମ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ ।
ସ୍ୱାସ୍ଥ୍ୟ ସେବା ପାଇଁ ବଜେଟରେ ବ୍ୟାପକ ବ୍ୟବସ୍ଥା ହୋଇଛି । ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ । ଭିତ୍ତିଭୂମି ବିକାଶ ପାଇଁ ଅଧିକ ୬୪, ୧୮୦ କୋଟିର ବ୍ୟୟବରାଦ ହୋଇଛି । ନ୍ୟାସନାଲ ହେଲଥ ମିଶନ ବାଦ ଏହି ଅର୍ଥ ଖର୍ଚ୍ଚ କରାଯିବ । ‘ହୁ’ ର ଦକ୍ଷିଣ ଏସିୟୀ ଶାଖା ସ୍ଥାପନ ପାଇଁ ବ୍ୟବସ୍ଥା ହେବ । ପ୍ରତି ଜିଲ୍ଲାରେ ସ୍ଥାପନ ହେବ ସମନ୍ୱିତ ପରୀକ୍ଷାଗାର । ଦେଶରେ ୧୫ଟି ହେଲଥ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ । ସ୍ୱଚ୍‌ଛ ପାନୀୟ ଜଳ ପାଇଁ ୨.୮୭ ଲକ୍ଷ କୋଟି ବ୍ୟୟବରାଦ ହୋଇଛି । କରୋନା ଭ୍ୟାକ୍ସିନ ଉତ୍ପାଦନ ପାଇଁ ୩୫ ହଜାର କୋଟି ବ୍ୟୟବରାଦ ହୋଇଛି । ରାସ୍ତାରୁ ପୁରୁଣା ଗାଡି ହଟାଇବାକୁ ସ୍କ୍ରାପ ପଲିସି ତ୍ୱରାନ୍ୱିତ ହେବ । ଘରୋଇ ଗାଡି ପାଇଁ ୨୦ ବର୍ଷ, କମର୍ସିଆଲ ପାଇଁ ୧୫ ବର୍ଷ ଧାର୍ଯ୍ୟ ହୋଇଛି । ଆଗାମୀ ୩ ବର୍ଷରେ ଆଉ ୭ଟି ମେଗା ଟେକ୍ସଟାଇଲ ପାର୍କ ବିକଶିତ ହେବ ।
ମାଲ ପରିବହନ ସୁଗମ ପାଇଁ ରେଲୱେରେ ସ୍ୱତନ୍ତ୍ର ଫ୍ରେଟ୍ କରିଡର କରାଯିବ । ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ମିଳିବ ୨ଲକ୍ଷ କୋଟି । ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କିମି ଏନଏଚ ତିଆରି ହେବ । କେବଳ ପଶ୍ଚିମବଙ୍ଗରେ ଆଉ ୬୭୫ କିମି ଏନଏଚ ହେବ । ରେଲୱେ ପାଇଁ ବଜେଟରେ ୧୧୦୦୫୫ କୋଟି ବ୍ୟୟବରାଦ ହୋଇଛି । ଜୁନ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରେଟ କରିଡର ସଂପୂର୍ଣ୍ଣ କରାଯିବ । ଆଉ ୩ଟି ରେଳ ଫ୍ରେଟ କରିଡର ପାଇଁ ବଜେଟରେ ଘୋଷଣା ହୋଇଛି । ହାୱଡାରୁ ବିଜୟୱାଡା ହେବ ଇଷ୍ଟକୋଷ୍ଟ କରିଡର । ଇଷ୍ଟ ୱେଷ୍ଟ କରିଡର ଏବଂ ନର୍ଥ-ସାଉଥ କରିଡର ପାଇଁ ବି ଘୋଷଣା କରାଯାଇଛି । ରେଳ ଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨ ପ୍ରତିଶତ ପୂରଣ ଲକ୍ଷ୍ୟ ରହିଛି । ୨୭ଟି ସହରରେ ଆଉ ୧୦୬୦ କିମି ମେଟ୍ରୋ ଲାଇନ ହେବ । ବେଙ୍ଗାଲୁରୁ ଓ ଚେନ୍ନାଇ ମେଟ୍ରୋ ସଂପ୍ରସାରଣ ହେବ । ହାଇଡ୍ରୋଜେନ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା ହୋଇଛି । ଜାତୀୟ ଇ-ବଜାରରେ ଆଉ ୧୦୦୦ ମଣ୍ଡିକୁ ସାମିଲ କରାଯିବ
 କଂଟିଜେନ୍ସ ଫଣ୍ଡ ୩୦ ହଜାର କୋଟି ଟଙ୍କାକୁ ବୃଦ୍ଧି ହୋଇଛି ।
 ଯେଉଁ ବରିଷ୍ଠ ନାଗରିକମାନେ କେବଳ ପେନସନ ଓ ନିଜ ଆୟର ସୁଧରେ ଚଳୁଛନ୍ତି ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ନାହିଁ ।
 ଟିକସ ଅଡ଼ିଟ ସୀମା ୫ କୋଟିରୁ ୧୦ କୋଟିକୁ ବୃଦ୍ଧି ହୋଇଥିବା ବଳେ  ଆରଇଆଇଟି ଓ ଇନଭିଟସରେ ଡେଭିଡେଣ୍ଡକୁ ଟିଡ଼ିଏସରୁ ବାଦ ଦିଆଯିବ  ।  କମ ମୂଲ୍ୟର ଗୃହ ପ୍ରକଳ୍ପ ଉପରେ ଲାଗିବନି ଟିକସ । ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ଲାଗୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking