28.1 C
Bhubaneswar
Saturday, April 27, 2024
Homeଓଡିଶାଜଙ୍ଗଲରେ ଗୁଳିବିନିମୟ, ଯବାନଙ୍କ ଗୁଳିରେ ଜଣେ ନକ୍ସଲ ସଫା

ଜଙ୍ଗଲରେ ଗୁଳିବିନିମୟ, ଯବାନଙ୍କ ଗୁଳିରେ ଜଣେ ନକ୍ସଲ ସଫା

ମାଲକାନଗିରି : ନକ୍ସଲ-ସୁରକ୍ଷାକର୍ମୀ ଗୁଳିବିନିମୟ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ଚିନ୍ତାଗୁଫା ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି। ଏହି ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ସଫା ହୋଇଥିବା ସୂଚନା ମିଳିଛି। ଏବେବି ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି। ସୂଚନା ଅନୁଯାୟୀ,  ସୁକମା ଜିଲ୍ଲା ଚିନ୍ତାଗୁଫା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା। ନକ୍ସଲମାନଙ୍କ ଶହିଦ ସପ୍ତାହକୁ ଦୃଷ୍ଟିରେ ରଖି ଯବାନମାନେ କୁମ୍ବିଂ ଅପରେସନ ଜାରି ରଖିଥିଲେ। ଠିକ୍‌ ଏହି ସମୟରେ ଯବାନଙ୍କ ଉପରୁ ଗୁଳିମାଡ଼ କରିଥିଲେ ନକ୍ସଲ। ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ଏହି ଅପରେସନରେ ସିଆରପିଏଫ୍‌ର ୧୫୦ ଓ ୧୩୧ ତମ ବାଟାଲିୟନ , ଡିଆର୍‌ଜି ଏସ୍‌ଟିଏଫ୍‌ ସାମିଲ ଅଛନ୍ତି। ତେବେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି। ଯାହାଫଳରେ ଏବେବି ପୁରା ଅଞ୍ଚଳକୁ ଘେରିଯାଇଛନ୍ତି ସୁରକ୍ଷାକର୍ମୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking