25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶରାଜ୍‌ କୁନ୍ଦ୍ରାଙ୍କ ଅଫିସରୁ ମିଳିଲା ‘ହିଡେନ୍‌ କପ୍‌ବୋର୍ଡ

ରାଜ୍‌ କୁନ୍ଦ୍ରାଙ୍କ ଅଫିସରୁ ମିଳିଲା ‘ହିଡେନ୍‌ କପ୍‌ବୋର୍ଡ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫିକ ଫିଲ୍ମ ମାମଲାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତା’ର ଖୋଳତାଡ଼ ଜାରି ରହିଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍‌ ଏହାର ଯାଞ୍ଚ କରୁଛି। ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ପୋଲିସ୍‌କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଚର୍ଚ୍ଚା ହେଉଛି। ଯାହା ପୋଲିସ୍‌କୁ ତଦନ୍ତରେ ସହାୟକ ହେବ ବୋଲି ଜଣାପଡ଼ିଛି। ରାଜ୍‌ କୁନ୍ଦ୍ରାଙ୍କ ଅଫିସ୍‌ରୁ ଏକ ‘ହିଡେନ୍‌ କପ୍‌ବୋର୍ଡ’ ମିଳିଛି। ଯାହା ସମ୍ପର୍କରେ କେହିବି ଜାଣି ନଥିବା କୁହାଯାଉଛି। କାରଣ ଏହାକୁ ଏଭଳି ଭାବରେ ଲୁଚା ଯାଇଥିଲା, ଯାହାକି ଅତି ସହଜରେ କାହା ନଜରରେ ଆସିପାରିବ ନାହିଁ। ଏହି କପ୍‌ବୋର୍ଡ ଭିତରେ ଅନେକ ଫାଇଲ୍‌ ରହିଛି। ଯାହାକି ଏହି ମାମଲାରେ ଅନେକ ରହସ୍ୟ ଉନ୍ମୋଚନ କରିପାରେ। ମିଳିଥିବା ସୂଚନା ଅନୁସାରେ, ପର୍ଣ୍ଣୋଗ୍ରାଫିକ କେସ୍‌ରେ ପୋଲିସ୍‌ ରାଜ୍ କୁନ୍ଦ୍ରାଙ୍କ ମୁମ୍ବାଇ ଅନ୍ଧେରୀ ସ୍ଥିତ ଭିଆନ୍‌ ଓ ଜେଏଲ୍‌ ଷ୍ଟ୍ରିମ୍‌ ଅଫିସ୍‌ରେ ରେଡ୍‌ କରିଥିଲା। ଯାଞ୍ଚ ସମୟରେ କାନ୍ଥ ପଛପଟେ ଲୁଚା ଯାଇଥିବା ଏକ ‘ହିଡେନ୍‌ କପ୍‌ବୋର୍ଡ’ ପୋଲିସ୍‌ ହାତରେ ଲାଗିଥିବା ଚର୍ଚ୍ଚା ହେଉଛି। ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ କରାଯାଇଛି। ଯେଉଁଥିରେ ଟଙ୍କା କାରବାର ଓ କ୍ରିପ୍ଟୋ କରେନ୍ସି ସହ ଜଡ଼ିତ ଅନେକ ତଥ୍ୟ ଥିବା ଜଣାପଡ଼ିଛି। ଏସବୁର ଏବେ ଯାଞ୍ଚ ଚାଲିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking