31.1 C
Bhubaneswar
Wednesday, May 8, 2024
Homeଓଡିଶାଯାଜପୁରନକଲି ଜାତି ପ୍ରମାଣପତ୍ର ଦେଉଥିବା ବ୍ୟବସାୟ ପ୍ରତିଷ୍ଠାନ ନାମରେ ଏତଲା

ନକଲି ଜାତି ପ୍ରମାଣପତ୍ର ଦେଉଥିବା ବ୍ୟବସାୟ ପ୍ରତିଷ୍ଠାନ ନାମରେ ଏତଲା

ଯାଜପୁର :ଯାଜପୁର ଜିଲ୍ଲାର ନକଲି ଜାତିଗତ ପ୍ରମାଣ, ମାର୍କସିଟ ପ୍ରଭୁତି ନକଲି ପତ୍ର ଦେଇ ସରକାରୀ ଚାକିରୀ ହାତେଇବା ସହ ବିଭିନ୍ନ ଯୋଜନାରେ ସୁବିଧା ପାଉଛନ୍ତି । ନକଲି ପ୍ରମାଣ ପତ୍ର ଦେଇ ଶିକ୍ଷକ ଭାବରେ ନିଯୁକ୍ତି ପାଇଥିଲେ । ଏ ସମ୍ପର୍କ ରେ ଅଭିଯୋଗ ହେଲା ପରେ ତଦନ୍ତ କରାଯାଇ ସେମାନଂକୁ ଚାକିରୀରୁ ନିଲମ୍ବିତ କରାଯାଇଛି । ଅନେକ ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ଥିବା ସରକାରୀ କର୍ମଚାରୀ ଏବେ ବି ଚାକିରୀ କରୁଛନ୍ତି ବିଶେଷ କରି ଶିକ୍ଷା ବିଭାଗରେ, ବିଶେଷ ପରିମାଣରେ ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇ ଥିବା ଶିକ୍ଷକ ଅଛନ୍ତି ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । କଳିଙ୍ଗନଗର ଥାନା ମଣ୍ଡପଡା ଗ୍ରାମର ସୁଷମା ନାୟକ ଓ ତ୍ରିନାଥ ମହାନ୍ତ ସେମାନଙ୍କୁ ବ୍ୟାସନଗର କଲେଜ ଛକ ରେ ଥିବା ଏକ କମ୍ପ୍ୟୁଟର ଦୋକାନୀ ଜାଲ ଜାତିଗତ ପ୍ରମାଣପତ୍ର ଦେଇଥିବା ଅଭିଯୋଗ କରିଛନ୍ତି । ଏହି ଆଧାରରେ ତଦନ୍ତ କରି ଦାନଗଦି ତହସିଲଦାର ନମ୍ରତା ମୋଦୀ ଉକ୍ତ ଦୋକାନୀ ବିରୋଧରେ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ମୁତାବକ ବ୍ୟାସନଗର କଲେଜ ସମ୍ମୁଖ ରେ ଥିବା ମୀନତି କମ୍ୟୁନିକେସନ୍ ଜାତି ପ୍ରମାଣପତ୍ର ଦେବା ବାବଦରେ ଦୁହିଁଙ୍କ ଠାରୁ ୭୦୦ ଟଙ୍କା ନେଇଥିଲେ । ଆବଶ୍ୟକୀୟ କାଗଜପତ୍ର ସହ ଗତ ସେପ୍ଟେମ୍ବର ୧୨ ତାରିଖରେ ଆବେଦନ ହୋଇଥିବା ବେଳେ ପରଦିନ ଦୋକାନୀ ସେମାନଙ୍କୁ ଜାତି ପ୍ରମାଣପତ୍ର ଦେଇଥିଲେ । ତେବେ ବିବାହ ପଞ୍ଜିକରଣ ବାବଦରେ ଜାତି ପ୍ରମାଣ ପତ୍ର ଦୁଇଟିକୁ ଅନଲାଇନ୍ ରେ ଆବେଦନ କରିବା ବେଳେ ଉକ୍ତ ପ୍ରମାଣପତ୍ର ଜାଲ ବୋଲି ଜଣାପଡ଼ିଥିଲା । ସମସ୍ତ ଘଟଣା ସମ୍ପର୍କରେ ଅବଗତ ହେବା ପରେ ସମ୍ପୃକ୍ତ ଦୋକାନୀ ବିରୋଧରେ ତହସିଲ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ତହସିଲଦାର ଦାନଗଦି ନମ୍ରତା ମୋଦିଙ୍କ ପ୍ରତିକ୍ରିୟା ନେବାରୁ ସେ ଥାନାରେ ଏଫଆଇଆର କରିଥିବା କହିଛନ୍ତି ହେଲେ ଯାଜପୁର ରୋଡ଼ ଥାନା ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି, ଏଣୁ ଏଥିରୁ ଜଣା ଯାଏ ତହସିଲଦାର ମିଛ କହିଲେ ନା ଥାନା ଅଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking