30.1 C
Bhubaneswar
Saturday, April 27, 2024
Homeଅପରାଧକୋଭିଡ୍ ନିୟମ ଉଲ୍ଲଙ୍ଘନ : ବିଏମ୍‌ସି କମିଶନରଙ୍କ ନା’ରେ ଥାନାରେ ଏତଲା

କୋଭିଡ୍ ନିୟମ ଉଲ୍ଲଙ୍ଘନ : ବିଏମ୍‌ସି କମିଶନରଙ୍କ ନା’ରେ ଥାନାରେ ଏତଲା

ଭୁବନେଶ୍ୱର : କୋଭିଡ୍ ଗାଇଡ୍‌ଲାଇନ ଉଲ୍ଲଙ୍ଘନ କରିଥିବା ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦାୟର ହୋଇଛି । ସିଭିଲ ସୋସାଇଟି ପକ୍ଷରୁ ସମାଜସେବୀ ସଂଯୁକ୍ତା ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଏଥିସହିତ କମିଶନରଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଅପରପକ୍ଷେ ବିଏମ୍‌ସି କମିଶନର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କୋଭିଡ୍ ନିୟମ ଉଲ୍ଲଘଂନ କରି କେତେକ ସଂଗଠନ ଏବଂ ରାଜନୈତିକ ଦଳ ଧାରଣା ଏବଂ ବିକ୍ଷୋଭ ପ୍ର୍ରଦର୍ଶନ କରିଥିଲେ । ଏନେଇ ସେମାନଙ୍କ ବିରୋଧରେ ବିଏମ୍‌ସି ପକ୍ଷରୁ ଏତଲା ଦିଆଯାଇଛି । ଏହି କାରଣରୁ ସେମାନେ ଏପରି ଅଭିଯୋଗ ଆଣିଥିବା ସେ କହିଛନ୍ତି ।
ଅଭିଯୋଗ ଅନୁସାରେ, କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ରାଜ୍ୟରେ ସଭାସମିତି, ଜନସମାବେଶ ଉପରେ ରୋକ ଲଗାଇଛନ୍ତି । ଏହାସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ମଧ୍ୟ ଦେଇଛନ୍ତି । ସେଥିପାଇଁ ଭୁବନେଶ୍ୱରରେ ପ୍ରତି ସପ୍ତାହରେ ଶନିବାର ଓ ରବିବାର ସଟ୍‌ଡାଉନ ଘୋଷଣା ହୋଇଛି । ହେଲେ ଆଶ୍ଚର୍ଯ୍ୟର କଥା ବିଏମ୍‌ସି କମିଶନର ଶ୍ରୀ ଚୌଧୁରୀ ସମସ୍ତ ନୀତିନିୟମ ଉଲଙ୍ଘନ କରି ଶନିବାର ଓ ରବିବାର ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବୈଠକ କରୁଛନ୍ତି । ଏହାସହ ବରିଷ୍ଠ ନାଗରିକମାନଙ୍କୁ ନେଇ ପାର୍କରେ ସଭାସମିତି ମଧ୍ୟ କରିଥିଲେ । ଯାହାକି କୋଭିଡ୍ ଗାଇଡ୍‌ଲାଇନର ଉଲଙ୍ଘନ ହୋଇଛି । ଏହି ତଥ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ସହ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏତଲା ଦେବା ସମୟରେ ସଂଯୁକ୍ତା ପାଣିଗ୍ରାହୀଙ୍କ ସମେତ ଆଇନଜୀବୀ ସୁଧୀର ମହାନ୍ତି, ସୂଚନାଧିକାର କର୍ମୀ ଶ୍ରୀକାନ୍ତ ପାକଳ, ପ୍ରତାପ ସାହୁ, ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking