34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଘରେ ବସି କେବଳ ସ୍କାନ୍‌ ମାଧ୍ୟମରେ ଜାଣନ୍ତୁ ଆପଣଙ୍କ ମେଡିସିନ୍‌ ଅସଲି ନା ନକଲି

ଘରେ ବସି କେବଳ ସ୍କାନ୍‌ ମାଧ୍ୟମରେ ଜାଣନ୍ତୁ ଆପଣଙ୍କ ମେଡିସିନ୍‌ ଅସଲି ନା ନକଲି

ନୂଆଦିଲ୍ଲୀ: ଆପଣ ଯେଉଁ ଔଷଧ କିଣୁଛନ୍ତି, ତାହା ଅସଲି ତ? ଏହି ମେଡିସିନ୍‌ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହେବନି ତ? ମେଡିସିନ୍‌ ଷ୍ଟୋରୁ ଔଷଧ ନେବା ସମୟରେ ଆମ ମନରେ ଏହି ପ୍ରଶ୍ନ ନିଶ୍ଚୟ ଆସିଥାଏ, କିନ୍ତୁ ଆମେ କେବଳ ବିଶ୍ୱାସରେ ଖାଇଥାନ୍ତି। କିନ୍ତୁ ଏବେ ଆପଣ ପୂରା ନିଶ୍ଚିତ ରହିପାରିବେ ଏହାକୁ ନେଇ। କାହିଁକିନା କେନ୍ଦ୍ର ସରକାର ଏବେ ନକଲୀ ଔଷଧର ବିକ୍ରି ଉପରେ ରୋକ ଲଗାଇବା ଏବଂ ତାର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ସବୁଠାରୁ ଅଧିକ ବିକ୍ରି ହେଉଥିବା ଔଷଧ ପାଇଁ ‘ଟ୍ରାକ ଆଣ୍ଡ ଟ୍ରେସ’ ସିଷ୍ଟମ ଆରମ୍ଭ କରିବାକୁ ଯୋଜନା କରିଛନ୍ତି।

ଅନେକ ସମୟରେ ଆମେ ବଜାରରୁ ବିଭିନ୍ନ ପ୍ରକାର ଔଷଧ ଆଣିଥାଆନ୍ତି । କିନ୍ତୁ ଆମେ ବହୁତ ସମୟରେ ଜାଣିନଥାନ୍ତି ଯେ ଆମେ ଯେଉଁ ମେଡିସିନ ଖାଉଛନ୍ତି ତାହା ଅସଲି ନା ନକଲି । ତେବେ କରୋନା ପରଠାରୁ ଦେଶ ତଥା ରାଜ୍ୟରେ ନକଲି ମେଡିସିନ କାରବାର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ ବର୍ତ୍ତମାନ ପୁଣି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଔଷଧ ପାଇଁ ଏକ ‘ଟ୍ରାକ ଏବଂ ଟ୍ରେସ’ ବ୍ୟବସ୍ଥା ପ୍ରଣୟନ କରିବାକୁ ଯୋଜନା କରିଛନ୍ତି ସରକାର। ଫଳରେ ଗ୍ରାହକମାନେ କିଣୁଥିବା ଔଷଧ ସୁରକ୍ଷିତ ଏବଂ ନକଲି ନୁହେଁ ବୋଲି ଆପଣ ଘରେ ବସି ହିଁ ଅତି ସହଜରେ ଯାଞ୍ଚ କରିପାରିବେ ।

ତେବେ ଏହା ଅଧୀନରେ ପ୍ରଥମ ପର୍ଯାୟରେ ୩୦୦ଟି ସର୍ବାଧିକ ବିକ୍ରି ହେଉଥିବା ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ମେଡିସିନ ପ୍ୟାକେଜିଂ ଲେବଲରେ ବାରକୋଡ୍ କିମ୍ବା QR କୋଡ୍ , ଯାହାକୁ(Quick response- QR) କୁହାଯାଏ, ତାହାକୁ ପ୍ରିଣ୍ଟ କରିବେ । ପ୍ରାଥମିକ ଉତ୍ପାଦ ପ୍ୟାକେଜିଂରେ ବୋତଲ, କେନ୍ ,ଜାର, କିମ୍ବା ଟ୍ୟୁବ୍ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି । ଯେଉଁଥିରେ ଲିକୁଇଡ ମେଡିସିନ୍ ରହିଥାଏ ।

ସରକାରୀ ପଦକ୍ଷେପ ଏବଂ ଆବଶ୍ୟକ ସଫ୍ଟୱେୟାର କାର୍ଯ୍ୟକାରୀ ହେବା ପରେ ଗ୍ରାହକମାନେ ମନ୍ତ୍ରଣାଳୟର ଏକ ପୋର୍ଟାଲ ବା ୱେବସାଇଟରେ ଏକ ସ୍ୱତନ୍ତ୍ର ଆଇଡି କୋଡ୍ ଦେଖାଇ ଔଷଧର ପ୍ରକୃତ ଗୁଣବତ୍ତାକୁ ଯାଞ୍ଚ କରିପାରିବେ। ପରେ ସେମାନେ ମୋବାଇଲ୍ ଫୋନ୍ କିମ୍ବା ଟେକ୍ସଟ୍ ମେସେଜ୍ ମାଧ୍ୟମରେ ଏହାକୁ ଟ୍ରାକ୍ କରିବାକୁ ସକ୍ଷମ ହୋଇପାରିବେ । ସମଗ୍ର ଫାର୍ମାସ୍ୟୁଟିକାଲ୍ ଶିଳ୍ପ ପାଇଁ ସିଙ୍ଗଲ ବାରକୋଡ୍ ଯୋଗାଇବାକୁ କେନ୍ଦ୍ରୀୟ ଡାଟାବେସ୍ ଏଜେନ୍ସି ସ୍ଥାପନ ସହିତ ଅନେକ ବିକଳ୍ପ ଅଧ୍ୟୟନ କରାଯାଉଛି ବୋଲି ସୂତ୍ରରୁ ପ୍ରକାଶ ହୋଇଛି। ତେବେ ଏହାକୁ କାର୍ଯ୍ୟକାରୀ କରିବାକୁ କିଛି ସପ୍ତାହ ଲାଗିପାରେ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେଗତ କିଛି ବର୍ଷ ମଧ୍ୟରେ ବଜାରରେ ନକଲି ଏବଂ ନିମ୍ନମାନର ଔଷଧ ବିକ୍ରି ହେଉଥିବା ଅନେକ ମାମଲା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏପରି ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking