28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିଶ୍ୱର ଅଦ୍ଭୁତ ଗାଁ: ଯେଉଁଠାରେ ରହିଛି ଅଜବ ନିୟମ ଜାଣନ୍ତୁ…

ବିଶ୍ୱର ଅଦ୍ଭୁତ ଗାଁ: ଯେଉଁଠାରେ ରହିଛି ଅଜବ ନିୟମ ଜାଣନ୍ତୁ…

ନରୱେ: ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ, ବିଚିତ୍ର ତାର ପରିକଳ୍ପନା । ଯେଉଁଠାରେ ଲୁଚି ରହିଥାଏ ଅନେକ ରହସ୍ୟମୟ ଘଟଣା ଏବଂ ନିୟମ । ଯାହାକୁ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ନରୱେ ଦେଶରେ ଏହିପରି ଏକ ଅଦ୍ଭୁତ ଗାଁ ରହିଛି । ଯେଉଁଠାରେ ରହିଛି ଅଜବ ନିୟମ । ତେବେ ଏହି ଗାଁକୁ ପୃଥିବୀର ଉତ୍ତର ଭାଗ ବୋଲି କୁହାଯାଏ । ଯେଉଁଠାରେ ଜଳବାୟୁ ଅତ୍ୟନ୍ତ ଥଣ୍ଡା ହୋଇଥାଏ । ତେବେ ଏହି ଦ୍ୱୀପରେ ତାପମାତ୍ରା -୩୦ ଡିଗ୍ରୀ ସେଲସିୟସ ରହିଥାଏ । ଯଦି ଏହାର ତାପମାତ୍ରା ବଢେ ତେବେ ଏହା ୭ ଡିଗ୍ରୀ ରୁ ଅଧିକ ହୁଏ ନାହିଁ । ଏହି ଗାଁ ରେ କିଛି ଅଜବ ନିୟମ ରହିଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଗାଁ ଏବଂ ସେଠାରେ ଥିବା ନିୟମ ବିଷୟରେ ।

ତେବେ ନରୱେ ଦେଶରେ ଅବସ୍ଥିତ ଥିବା ଏହି ଗାଁର ନାଁ ହେଉଛି ସଭଲବାର୍ଡ । ଯେଉଁଠାରେ ପାଖାପାଖି
୪୦ ଟି ଦେଶର ଲୋକେ ବସବାସ କରିଥାନ୍ତି । ତେବେ ଏହି ଗାଁ ରେ କିଛି ଅଜବ ନିୟମ ରହିଛି । ଏହି ଗାଁର ନିୟମ ଅନୁଯାୟୀ ସେହି ଗାଁ ରେ କେହି ମରିପାରିବେ ନାହିଁ । ଏଠାରେ ମରିବା ବେଆଇନ ବୋଲି କୁହାଯାଏ । ଏହି ଗ୍ରାମରେ ଥିବା ଡାକ୍ତରଖାନାରେ ଜାଣି ଜାଣି ଅଧିକ ସୁବିଧା ନଥିବା ବେଳେ ଶିଶୁ ଜନ୍ମ ପାଇଁ ମଧ୍ୟ କୌଣସି ଲେବର ୱାର୍ଡ ରଖାଯାଇ ନାହିଁ । ଏତତ୍ ବ୍ୟତୀତ ଏଠାରେ ବିଲେଇ ରଖିବା ଉପରେ ମଧ୍ୟ ନିଷେଧାଦେଶ ରହିଛି ।

ଆସନ୍ତୁ ଜାଣିବା ଏହି ଗାଁରେ ଥିବା ଅଦ୍ଭୁତ ନିୟମ:

ଏହି ଗ୍ରାମରେ ମରିବା ମନା: ସଭଲବାର୍ଡ ଗ୍ରାମରେ କଠିନ ଜଳବାୟୁ ହେତୁ ଏଠାରେ ମୃତଦେହକୁ ସମାଧି ଦିଆଯାଉ ନାହିଁ । କାରଣ ଏଠାରେ ପୋତି ଦିଆଯାଇଥିବା ଶବଗୁଡ଼ିକ କେବେ ବି କ୍ଷୟ ହୁଏ ନାହିଁ । ତେଣୁ ଏହି ଗ୍ରାମରେ ଯଦି କେହି ଗମ୍ଭିର ରୋଗର ଶିକାର ହୁଅନ୍ତି ସେମାନଙ୍କୁ ସେହି ଗ୍ରାମରୁ ଦୂରରେ ଥିବା ନରୱେକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରି ଦିଅନ୍ତି । ତେବେ ଏହି ଗ୍ରମରେ ଏକ ଛୋଟ ଶ୍ମଶାନ ଅଛି, ଯେଉଁଠାରେ ୧୯୧୮ ମସିହାରେ ୭ ଟି ମୃତଦେହ ପୋତି ଦିଆଯାଇଥିଲା ଏବଂ ୧୯୯୮ ରେ ଯେତେବେଳେ ତାକୁ ଖୋଳାଗଲା ସେତେବେଳେ ଏହି ଶବଗୁଡିକ ନିରାପଦରେ ବାହାରକୁ ଆସିଥିଲା । ତେଣୁ ସଭଲବାର୍ଡ ଗ୍ରାମରେ ମରିବାକୁ ବାରଣ କରାଯିବା ସହ ଏହା ବେଆଇନ୍ ବୋଲି ନିୟମ ରହିଛି ।

ମଦ କିଣିବା ପାଇଁ କଠୋର ନିୟମ: ସଭଲବାର୍ଡରେ ମଦ କିଣିବା ପାଇଁ ଏକ କଠୋର ନିୟମ ରହିଛି । ଏଠାରେ ରହୁଥିବା ଲୋକମାନେ ମନ ଇଚ୍ଛା ମଦ ପିଇ ପାରିବେ ନାହିଁ କିମ୍ବା କିଣି ପାରିବେ ନାହିଁ । ଏହି ଗ୍ରାମର ଲୋକମାନେ ପ୍ରତି ମାସରେ କେବଳ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ମଦ କିଣିପାରିବେ । ଯଦି ସେମାନେ ଜଣେ ପର୍ୟ୍ୟଟକଙ୍କ ପାଇଁ ମଦ କିଣନ୍ତି, ତେବେ ସେମାନଙ୍କୁ ସେମାନଙ୍କର ବୋର୍ଡିଂ ପାସ୍ ଦେଖାଇବାକୁ ପଡିବ । ବିନା ବୋର୍ଡିଂ ପାସ୍ ରେ ଏଟାରେ ମଦ ମିଳିନଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking