39.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶକାମ କରିବା ସମୟରେ ‘ହାଇ’ କାହିଁକି ଆସେ, ଆସନ୍ତୁ ଜାଣିବା ଏହାର ବୈଜ୍ଞାନିକ ରହସ୍ୟ

କାମ କରିବା ସମୟରେ ‘ହାଇ’ କାହିଁକି ଆସେ, ଆସନ୍ତୁ ଜାଣିବା ଏହାର ବୈଜ୍ଞାନିକ ରହସ୍ୟ

ନୂଆଦିଲ୍ଲୀ: ପୁରୁଷ ହୁଅନ୍ତି କି ନାରୀ, ଛୋଟ ପିଲା ହୁଅନ୍ତି କି ବୃଦ୍ଧ ସମସ୍ତେ କେବେ ନା କେବେ ‘ହାଇ’ ମାରିଥାନ୍ତି । ତେବେ କିଛି ଲୋକ ଶୋଇକରି ଉଠିବା ପରେ, ଆଉ କିଛି ଲୋକ କାମ କରିବା ସମୟରେ ହାଇ ମାରିଥାନ୍ତି । ତେବେ ଆପଣମାନେ ହାଇ ମାରିବା ପଛର କାରଣ ବିଷୟରେ ଜାଣିଛନ୍ତି କି । ମଣିଷ ହାଇ ମାରିବା ପଛରେ ଅନେକ ବୈଜ୍ଞାନିକ କାରଣ ଲୁଚି ରହିଛି ।

ସାଧାରଣ ଭାବେ ଥକ୍କାପଣ, କୌଣସି କଥାକୁ ନେଇ ଚାପରେ ରହିବା, ପର୍ଯ୍ୟାପ୍ତ ନିଦ୍ରା ନନେବା ଦ୍ୱାରା ହାଇ ଆସିଥାଏ ବୋଲି କୁହାଯାଇଥାଏ । କାମ କରିବା ସମୟରେ ଯେତେବେଳେ ଆପଣମାନେ ଥକ୍କାପଣ ଅନୁଭବ କରନ୍ତି, ସେ ସମୟରେ ହାଇ ଆସିଥାଏ । ହାଇକୁ ନେଇ ଅନେକ ସମୟରେ ସାଙ୍ଗସାଥୀମାନେ ମଜାଳିଆ କଥା ମଧ୍ୟ କହିଥାନ୍ତି । ତେବେ ଏହା ପଛରେ ବିଜ୍ଞାନ ଏକ ରୋଚକପୂର୍ଣ୍ଣ ଭାବେ କାର୍ଯ୍ୟ କରିଥାଏ ।

ବିଜ୍ଞାନ ମୁତାବକ, ଆମ ଶରୀରର ପ୍ରତ୍ୟେକ କ୍ରିୟା ପଛରେ ବ୍ରେନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । କାମ କରିବା ସମୟରେ ବ୍ରେନର ତାପମାତ୍ରାକୁ ସାମାନ୍ୟ ଅବସ୍ଥାକୁ ଆଣିବା କ୍ଷେତ୍ରରେ ହାଇ କାର୍ଯ୍ୟ କରିଥାଏ । ଯେଉଁ ଲୋକଙ୍କର ଉଚ୍ଚ ହାଇ ଆସିଥାଏ, ସେମାନଙ୍କର ବ୍ରେନ ବହୁତ ପ୍ରଖର ହୋଇଥାଏ । ଅନେକ ସମୟରେ ହାଇ ଅନେକ ସଂକ୍ରମଣ ବ୍ୟାପିବାର କାରଣ ସାଜିଥାଏ । ତେଣୁ ହାଇ ମାରିବା ସମୟରେ ମୁହଁରେ ରୁମାଲ ଦେବାକୁ ପରାମର୍ଶ ଦିଆଯାଇଥାଏ । ଥଣ୍ଡା ସିଜିନରେ ଲୋକଙ୍କଠାରେ ଅଧିକ ମାତ୍ରାରେ ହାଇ ଆସିଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking