30.1 C
Bhubaneswar
Sunday, May 5, 2024
Homeଅପରାଧଟଙ୍କା ପାଇଁ ଝିଅକୁ ବିକ୍ରି କଲା ବାପା

ଟଙ୍କା ପାଇଁ ଝିଅକୁ ବିକ୍ରି କଲା ବାପା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଅନୁପପୁର ଜିଲ୍ଲାରେ ଜଣେ ବାପା ନିଜ ଝିଅକୁ ଟଙ୍କା ପାଇଁ ରାଜସ୍ଥାନର କିଛି ଦଲାଲଙ୍କିୁ ବିକ୍ରିି କରିଥିବା ଖବର ସାମ୍ନାକୁ ଆସିଛି । ତାକୁ ଦଲାଲମାନେ ଛତିଶଗଡରୁ ରାଜସ୍ଥାନ ନେଇ ଯାଉଥିଲେ । ଅନୁପପୁର ପୁଲିୁସ ସୂଚନା ପାଇ ଦଲାଲଙ୍କ ସମେତ ବାପା ଓ ସେହି ନାବାଲିକାକୁ ସେମାନଙ୍କ ନିକଟରୁ ଉଦ୍ଧାର କରିଛି ।
ଛତିଶଗଡରୁ ରାଜସ୍ଥାନ ଜଣେ ନାବାଳିକାକୁ ବିକ୍ରି କରାଯାଉଥିବା ଖବର ଅନୁପପୁର ଏସପି ଅଖିଳ ପଟେଲଙ୍କୁ ମିଳିଥିଲା । ପରେ ଏସପି ଏକ ଟିମ ଗଠନ କରି ଜିଲ୍ଲାର କୋତବାଲୀ ଅନ୍ତର୍ଗତ ନନକା ଢାବା ଗ୍ରାମ ପସଲାରେ ପହଂଚି ଢାବା କର୍ମଚାରୀ ଙ୍କୁ ପଚରାଉଚୁରା କରିଥିଲେ । ପରେ ଜଣାପଡିଥିଲା ଯେ, ନାବାଳିକା ରୀନା ଯାହାର ବୟସ ମାତ୍ର ୧୪ ବର୍ଷ ତାକୁ କିଛି ବ୍ୟକ୍ତି ଙ୍କ ଦ୍ୱାରା ବିବାହର ପ୍ରଲୋଭନ ଦିଆଯାଇଛି ।
ପରେ ପୋଲିସ ସଂପୃକ୍ତ ଅଂଚଳକୁ ଚାରିପଟୁ ଘେରାବନ୍ଦୀ କରି କୈଳାଶ ସୈନୀ, ନୌରୁନଲାଲ, ରାଜେନ୍ଦ୍ର ସୈନୀଙ୍କୁ ଗିରଫ କରି ହେପାଜତକୁ ନେଇ ପଚରାଉଚୁରା କରିଥିଲା । ଆଉ ପରେ ଜଣାପଡିଥିଲା , ନାବାଳିକାର ବିବାହ ନାମରେ ୨.୫ ଲକ୍ଷ ଟଙ୍କାର ସଉଦା କରାଯାଇଥିଲା । ଯାହାକୁ ନେଇ ସେ ଝୁଞ୍ଜୁନ ରାଜସ୍ଥାନ ଯାଉଥିଲେ । ଏହି ସଉଦାରେ ରୀନାର ପିତା ସତୀଶ ସାରଥୀଙ୍କର ବି ଆପରାଧିକ ଭୂମିକା ଥିଲା । ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୯୮ ହଜାର ଟଙ୍କା ଜବତ ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking