29.1 C
Bhubaneswar
Friday, April 26, 2024
Homeଅପରାଧ୨୦୧୧ ହାଇକୋର୍ଟ ବ୍ଲାଷ୍ଟ ରେ ସାମିଲ ଥିଲା ଅସରଫ

୨୦୧୧ ହାଇକୋର୍ଟ ବ୍ଲାଷ୍ଟ ରେ ସାମିଲ ଥିଲା ଅସରଫ

ନୂଆଦିଲ୍ଲୀ : ଦିଲ୍ଲୀରୁ ଗିରଫ ହୋଇଛନ୍ତି ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅଶରଫ । ଏହି ଘଟଣା ଯେତେ ପୂରୁଣା ହେଉଛି ଆତଙ୍କବାଦୀଙ୍କ କଳାକାରନାମା ସେତେ ସାମ୍ନାକୁ ଆସୁଛି । କେତେବେଳେ ଦେଶରେ ବିଭିନ୍ନ ହିଂସାରେ ସାମିଲ ଥିବାର କଥା ସାମ୍ନାକୁ ଆସିଛି ତ ଆଉ କେତେବେଳେ ବହୁ ଚର୍ଚ୍ଚିତ ହାଇକୋର୍ଟ ସମ୍ମୁଖରେ ହୋଇଥିବା ବିସ୍ପୋରଣରେ ସାମିଲ ଥିବାର ସୂଚନା ମିଳିଛି । ତେବେ ଦିଲ୍ଲୀ ହାଇକୋର୍ଟ ସମ୍ମୁଖରେ ହୋଇଥିବା ବୋମା ବିସ୍ପୋରଣରେ ସାମିଲ ଥିଲେ ମହମ୍ମଦ ଅଶରଫ । ତାଙ୍କୁ ପଚରା ଉଚରା କରାଯାଉଥିବା ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ବରଂ ଜାମ୍ମୁ-କାଶ୍ମୀରରେ ତାଙ୍କ ସାମ୍ନାରେ ଅନେକ ସେନା କର୍ମଚାରୀଙ୍କୁ ଅପହରଣ କରି ନେଇଥିବାର କଥାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି ।

ଏପରିକି କିଛି ସେନାଙ୍କୁ ବନ୍ଧକ ରଖିବା ପରେ ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ଏ କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇଯାଇଛି । ଅନ୍ୟପଟେ ଅଶରଫ ଭାରତରେ ରହୁଥିଲେ ସତ କିନ୍ତୁ ପାକିସ୍ତାନ ତାଙ୍କୁ ଯାହା କହୁଥିଲା ସେ ତାକୁ ପାଳନ କରୁଥିଲେ । ପାକିସ୍ତାନ ହ୍ୟାଣ୍ଡେଲରଙ୍କ ନିର୍ଦ୍ଦେଶରେ ସେ ଜାମ୍ମୁ-କାଶ୍ମୀର ଯାଇ ସେଠାରେ ଆତଙ୍କବାଦୀଙ୍କୁ ଭେଟିଥିଲେ । ଏପରିକି ନିର୍ଦ୍ଦେଶ ପାଇ ସେନାଙ୍କର ଗତିବିଧୀ ବିଷୟରେ ମଧ୍ୟ ପାକିସ୍ତାନକୁ ଅବଗୋତ କରାଉଥିଲେ ବୋଲି ନିଜେ ଗିରଫ ହୋଇଥିବା ମହମ୍ମଦ ଆଶରଫ ସ୍ପେଶାଲ ସେଲ ଆଗରେ ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking