29.1 C
Bhubaneswar
Thursday, May 9, 2024
Homeଅପରାଧଘର ଭିତରକୁ ଜବରଦସ୍ତି ପଶିଲେ, ଦୁଷ୍କର୍ମ କରି ଚାଲିଗଲେ; ଆଉ ତା ପରେ..

ଘର ଭିତରକୁ ଜବରଦସ୍ତି ପଶିଲେ, ଦୁଷ୍କର୍ମ କରି ଚାଲିଗଲେ; ଆଉ ତା ପରେ..

ନୂଆଦିଲ୍ଲୀ: ରାଜସ୍ଥାନ ବାଡମେର ଜିଲ୍ଲାରେ ଜଣେ ପୁଲିସ କର୍ମୀ ଦଳିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି । ତେବେ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି ।  ପୁଲିସର ଜଣେ ଯବାନ ଦଳିତ ମହିଳାଙ୍କ ଘରେ ପ୍ରବେଶ କରି ଦୁଷ୍କର୍ମ କରିଥିଲେ । ପରେ ଯେତେବେଳେ ମହିଳା ଜଣଙ୍କ ଚିତ୍କାର କରିଥିଲେ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

ଏହାପରେ ଘର ଲୋକେ ଓ ଗ୍ରାମବାସୀ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ପିଟିଥିଲେ । ତେବେ ସେ ଏବେ ହସ୍ପିଟାଲରେ ଭର୍ତି ହୋଇଥିବା ଜଣାପଡିଛି । ଏହି ମାମଲାରେ ପୀଡିତା ମହିଳାଙ୍କ ତରଫରୁ ଦୁଷ୍କର୍ମ ଓ ଏସସି ଏସଟି ଆକ୍ଟର ମାମଲା ରୁଜୁ କରାଯାଇଛି । ସେହିଭଳି ପୁଲିସ କର୍ମୀ ମଧ୍ୟ ପାଲଟା ମାମଲା ରୁଜୁ କରିଛନ୍ତି । ବର୍ତମାନ ଅଭିଯୁକ୍ତ ପୁଲିସକର୍ମୀଙ୍କୁ ଗିରଫ କରାଯାଇଛି । ପୀଡିତାଙ୍କ ରିପୋର୍ଟ ଅନୁସାରେ, ତାଙ୍କ ସ୍ୱାମୀ କାମ କରିବା ପାଇଁ ଯାଇଥିଲେ । ଓ ଏହାର ସୁଯୋଗ ନେଇ ପୁଲିସ କର୍ମୀ ଶବଚ୍ଚ ସିଂ ତାଙ୍କ ଘରକୁ ଯାଇଥିଲେ ଓ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ଧମକ ଦେଇଥିଲେ ଯେ, ଯଦି ଏ କଥା କାହାକୁ ଜଣାନ୍ତି ତେବେ ତାଙ୍କ ପରିବାରକୁ ଜୀବନରୁ ମାରିଦେବେ । ପରେ ସେ ଯେତେବେଳେ ବାହାରିଥିଲେ ତେବେ ପୀଡିତା ଜଣକ ଚିତ୍କାର କରିବାକୁ ଲାଗିଲେ, ପାଟି ଶୁଣି ତାଙ୍କ ଦିଅର ପହଂଚିଥିଲେ । ହେଲେ ତଥାପି ପୁଲିସ କର୍ମୀ ତାଙ୍କୁ ବି ଧମକାଇ ତଂଟି ଚିପି ମାରିବାକୁ ଚେଷ୍ଟା କରିଥିଲା । ଏହାପରେ ପରିବାର ଲୋକେ ଓ ପଡିଶା ଲୋକେ ଅଭିଯୁକ୍ତ କର୍ମୀଙ୍କୁ କାବୁ କରିନେଇଥିଲେ । ଏବେ ତାଙ୍କୁ ନ୍ୟାୟ ଦରକାର ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking