29.1 C
Bhubaneswar
Monday, May 6, 2024
Homeଓଡିଶା୧୮ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପିଏଚ୍‌ଡି ପାଇଁ ପଞ୍ଜୀକରଣ

୧୮ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପିଏଚ୍‌ଡି ପାଇଁ ପଞ୍ଜୀକରଣ

ଭୁବନେଶ୍ୱର : ୨୦୨୧-୨୨ ଶିକ୍ଷାବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍‌.ଫିଲ୍‌ ଓ ପିଏଚ୍‌ଡି ପାଠ୍ୟକ୍ରମରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗ ଓ ନୋଡାଲ ସେଣ୍ଟରରେ ନାମଲେଖା ପାଇଁ ଅନ୍‌ଲାଇନ୍‌ରେ ଅକ୍ଟୋବର ୩୦ ସୁଦ୍ଧା ଆବେଦନ କରିପାରିବେ। ଆସନ୍ତା ୧୮ ତାରିଖରୁ ବିଶ୍ବବିଦ୍ୟାଳୟ ୱେବସାଇଟ୍‌ରେ ପଞ୍ଜୀକରଣ ଆରମ୍ଭ ହେବ।

ବିଶ୍ୱବିଦ୍ୟାଳୟ ୱେବସାଇଟ୍‌ ମାଧ୍ୟମରେ ଭାୟା-ଭସ୍‌ ତାରିଖ ସମ୍ପର୍କରେ ଅବଗତ କରାଯିବ। ତେଣୁ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପରେ ଛାତ୍ରଛାତ୍ରୀ ନିୟମିତ ଭାବେ ବିଶ୍ବବିଦ୍ୟାଳୟ ୱେବସାଇଟ୍‌ ଦେଖିବାକୁ ପରାମର୍ଶ ଦିଆଯାଇଛି। ୟୁଜିସି ନିୟମ ୨୦୧୬ ଅନୁଯାୟୀ ଏହି ନାମଲେଖା ପ୍ରକ୍ରିୟା ହେବ। ଏଥିସହ ନିୟମିତ ବ୍ୟବଧାନରେ ସଂଶୋଧନ ମଧ୍ୟ କରାଯିବ। ଓଡ଼ିଶା ସରକାରଙ୍କ ନିୟମ ଅନୁଯାୟୀ ବିଭିନ୍ନ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ଯୋଗ୍ୟତା, ପ୍ରବେଶିକା ପରୀକ୍ଷା ଫି’, ଉପଲବ୍ଧ ହେଉଥିବା ସିଟ୍‌ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ୱେବସାଇଟ୍‌ରେ ଉଲ୍ଲେଖ କରାଯାଇଥିବା ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking