28.1 C
Bhubaneswar
Saturday, April 27, 2024
Homeଅପରାଧକ’ଣ ପାଇଁ ୫ ବର୍ଷର ପୁଅକୁ ହତ୍ୟା କଲା ବାପା, ପଢନ୍ତୁ ପୁରା ଘଟଣା

କ’ଣ ପାଇଁ ୫ ବର୍ଷର ପୁଅକୁ ହତ୍ୟା କଲା ବାପା, ପଢନ୍ତୁ ପୁରା ଘଟଣା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କାଶୀପୁର ଅଚଂଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେହି ଅଂଚଳରେ ଜଣେ ୫ ବର୍ଷର ପୁଅର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ଆସିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଯେତେବେଳେ ମୃତ ପିଲାର ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା ତାହା ଅତି ଆଶ୍ଚର୍ଯ୍ୟକର ଥିଲା । ସେହି ପିଲାଟିକୁ ତାର ବାପା ହିଁ ହତ୍ୟା କରିଥିଲା ବୋଲି ପୋଲିସ ସୂଚନା ଦେଇଛି । ଏହାପରେ ପୋଲିସ ମୃତ ଶିଶୁର ଜେଜେମାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପାକୁ ଗିରଫ କରି ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, କାଶୀପୁର ମୋହଲ୍ଲା ବାଂଶବାଡା ଅଚଂଳରେ ରହୁଥିବା ମହମ୍ମଦ ସଲୀମ ଓ ତାଙ୍କ ପତ୍ନୀ ଙ୍କ ଛାଡପତ୍ର ହୋଇଥିଲା । ପରେ ଘରେ କେବଳ ବାପ ପୁଅ ହିଁ ରହୁଥିଲେ । ତିନି ଦିନ ପୂର୍ବରୁ ସଲୀମ ନିଜ ର ୫ ବର୍ଷର ପୁଅ ଆଦିଲକୁ ହତ୍ୟା କରିଥିଲା । ତେବେ ପିଲାଟିକୁ ମାରିଦେବା ପରେ ସଲୀମ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପଠାଇଥିଲା । ଆଉ ରିପୋର୍ଟ ଆସିବା ପରେ ଏହାର ସତ୍ୟାସତ୍ୟ ଖୁଲାସା ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking