26.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗଏବେ ଟୋଲଗେଟରେ କ୍ୟାସଲାଇନରେ ବି ଦରକାର ଫାଷ୍ଟ୍ୟାଗ, ନହେଲେ ଗଣିବେ ଦୁଇଗୁଣ ତଣ୍ଡ

ଏବେ ଟୋଲଗେଟରେ କ୍ୟାସଲାଇନରେ ବି ଦରକାର ଫାଷ୍ଟ୍ୟାଗ, ନହେଲେ ଗଣିବେ ଦୁଇଗୁଣ ତଣ୍ଡ

ନୂଆଦିଲ୍ଲୀ: ଜାନୁୟାରୀ ୧ ତାରିଖରୁ ବିନା ଫାଷ୍ଟ୍ୟାଗ ଥିବା ଗାଡି ଯଦି ଟୋଲ ଗେଟ ଦେଇ ଅତିକ୍ରମ କରୁଛି ତେବେ ତାଙ୍କୁ ଦୁଇ ଗୁଣଟୋଲ ଦେବାକୁ ପଡିବ । ଆଜ୍ଞା ହଁ, ନୂଆ ବ୍ୟବସ୍ଥା ନେଇ ଟୋଲ ପ୍ଲାଜା ସଂଚାଳକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୧୫ ଡିସେମ୍ବରରୁ ଟୋଲ ପ୍ଲାଜାର ସମସ୍ତ ଲେନ କ୍ୟାସଲେସ ହେବ । ମାତ୍ର ସମୟ ସମୟରେ କ୍ୟାସ ଲେନ ବି ଖୋଲା ଯିବ । ସେହି ସମୟରେ ବିନା ଫାଷ୍ଟ୍ୟାଗ ଗାଡିଗୁଡିକ ନିକଟରୁ ଦୁଇଗୁଣ ଟୋଲ ଆଦାୟ କରାଯିବ । ସୂଚନା ଅନୁଯାୟୀ ବର୍ତମାନ ୨୫ ପ୍ରତିଶତ ଗାଡି ବିନା ଫାଷ୍ଟ୍ୟାଗରେ ଯାତାୟାତ କରୁଛନ୍ତି । ତେବେ ଟୋଲ କର୍ମଚାରୀଙ୍କ ଅନୁସାରେ, ଏହି ସମୟ ମଧ୍ୟରେ ଫାଷ୍ଟ୍ୟାଗ ନେଇ ଜାଗରଣ ସୃଷ୍ଟି କରାଯିବ । ଏଜେନ୍ସିମାନଙ୍କର ପ୍ରତିନିଧି ମଧ୍ୟ ଟୋଲ ପ୍ଲାଜାରେ ଉପସ୍ଥିତ ରହିବେ ସେହି ସମୟରେ । ଖାଲି ଏତିକି ନୁହେଁ, କିଛି ବ୍ୟାଙ୍କ ମଧ୍ୟ ସେଠାରେ ନିଜର କ୍ୟାମ୍ପ ଲଗାଇବେ । ଦୁଇଟି ଲେନରେ ବିନା ଫାଷ୍ଟ୍ୟାଗ ଗାଡି ଯାତାୟାତ ପାଇଁ ଛଡାଯିବ । ଏହିଭଳି ପ୍ରଦେଳର ଅନ୍ୟ ଟୋଲପ୍ଲାଜା ନିକଟରେ ସମସ୍ତ ଲେନକୁ ଫାଷ୍ଟ୍ୟାଗ ଲେନ କରାଯାଉଛି । ଏଠାରେ କହିରଖୁଛୁ ଯେ, ଟୋଲ ପ୍ଲାଜା ଦେଇ ପ୍ରତିଦିନ ପ୍ରାୟ ୩୫ ହଜାର ରୁ ଅଧିକ ଗାଡି ଯାତାୟାତ କରୁଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ପାଂଚ ହଜାର ଗାଡି ହେଉଛି ବିନା ଫାଷ୍ଟ୍ୟାଗ । ନୂଆ ଗାଡିରେ ଫାଷ୍ଟ୍ୟାଗ ରହିଥିବା ବେଳେ ପୁରୁଣା ଗାଡିରେ ଏହା ଉପଲବ୍ଧ ନାହିଁ । ପେଟିଏମ, ଏୟାରଟେଲ ଠାରୁ ଆରମ୍ଭ କରି ଏନଏଚଏଆଇ ଏହା ପ୍ରଦାନ କରୁଛନ୍ତି । ଶ୍ୱେତା ବର୍ମା କହିଛନ୍ତି ଯେ, ଯେଉଁମାନେ ପ୍ରତିଦିନ ଜିଲ୍ଲା ବାହାରକୁ ଯାଉନାହାନ୍ତି, ସେମାନେ ଫାଷ୍ଟ୍ୟାଗ ସୁବିଧା ନେଇନାହାନ୍ତି । ତେବେ କମର୍ସିଆଲ ଗାଡିଗୁଡିକର ଫାଷ୍ଟ୍ୟାଗ ଲାଗିଛି । ବର୍ତମାନ ଲୋକଙ୍କୁ ଫାଷ୍ଟ୍ୟାଗ ଲଗାଇବାକୁ ପଡିବ । ନହେଲେ ଦୁଇଗୁଣ ଟୋଲ ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking