39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

କେନ୍ଦୁଝର: ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଗ୍ରାମର ଶେଷ ମୁଣ୍ଡ ଜଙ୍ଗଲ ଆମ୍ବ ଗଛ ଡାଳରେ ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜିରାଙ୍ଗ ଗ୍ରାମ ପଞ୍ଚାୟତ କରଞ୍ଜିଆ ଗ୍ରାମରେ । ମୃତକ ଜଣକ ନିରାକାର ସାହୁଙ୍କ ପୁତ୍ର ଶାନ୍ତନୁ କୁମାର ସାହୁ (୨୩) । ବାପା ନିରାକାରଙ୍କ କହିବା କଥା ସୋମବାର ଦିନ ପୁଅ ପୀଠାଗୋଳା ଧାନ ମଣ୍ଡିରୁ ଘରକୁ ଫେରି ରାତିରେ ଶୋଇଥିଲା ପରେ ବାହାରକୁ ଯାଇଥିଲେ । ସକାଳୁ କୋଳଥ ତୋଳିବାକୁ ବାପା ବିଲକୁ ଆସୁଥିବା ବେଳେ ପୁଅର ମୃତ ଦେହ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦିନ ଶାନ୍ତନୁ ପୀଠଗୋଳା ଧାନ ମଣ୍ଡିକୁ ଧାନ ଦେବାକୁ ଯାଇଥିବା ବେଳେ କଣ୍ଟା କରୁଥିବା ଲୋକଙ୍କ ସହ ଝଗଡ଼ା ହୋଇଥିଲା ପରେ ବୁଝାମଣା ହୋଇ ଘରକୁ ଆସିଥିଲେ । ହରିଚନ୍ଦନପୁର ପୋଲିସ ଘଟଣା ସ୍ଥଳରେ ପଂହଁଚି ଶବକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ପଠାଇ ଥିବା ଜଣା ପଡ଼ିଛି । ଅନ୍ୟପଟେ ହରିଚନ୍ଦନପୁର ଭାର ପ୍ରାପ୍ତ ଥାନାଧିକାରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି ମୃତକୁ ନେଇ ବିଶେଷ କିଛି ଜଣା ପଡିନି ଏହା ଘରୋଇ ସମସ୍ୟା ଥିବା ଅନୁମାନ କରାଯାଉଥିବା ବେଳେ ଅଧିକ ତଦନ୍ତ ଜାରିରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking