30.1 C
Bhubaneswar
Friday, April 26, 2024
Homeଓଡିଶାତାତିଲେ ଚାଷୀ ମୂଲିଆ

ତାତିଲେ ଚାଷୀ ମୂଲିଆ

କେନ୍ଦ୍ରାପଡା : କେନ୍ଦ୍ର ସରକାର ଚାଷୀ ଓ ଚାଷ ବିରୋଧି ବିଲ୍ ଆଣି ଦେଶର କୃଷକଙ୍କୁ ଶୋଷଣ କରିବାର ଯନ୍ତା ବସାଇଛି । ମେହେନତୀ କୃଷକର ଝାଳବୁହା ଉତ୍ପାଦନ ସାଗମାଛ ଦରରେ ପୁଞ୍ଜିପତିଙ୍କ ହାତକୁ ଟେକି ଦେବାକୁ ଯୋଜନା କରିଛନ୍ତି । ଏହି ଆଇନରେ କୃଷକର ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଉଚ୍ଛେଦ ହୋଇଥିବାରୁ, ଅବସ୍ଥା ଚକ୍ରରେ ପଡି କୃଷକ କମ୍ ମୂଲ୍ୟରେ ତାର ଜମିରୁ ଅମଳର ଫସଲ ବିକ୍ରି କରିବାକୁ ବାଧ୍ୟ ହେବ ।
ଭାରତୀୟ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସହିତ ଅନୁବନ୍ଧିତ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘ ତରଫରୁ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଚାଷୀ ଓ ଶ୍ରମିକ ମାନଙ୍କ ସ୍ୱାର୍ଥ ବିରୋଧୀ ଆଇନ ପ୍ରଣୟନ କରି ଦେଶ ଓ ଜାତିର ମେରୁଦଣ୍ଡକୁ ଭାଙ୍ଗି ଦେଇଛନ୍ତି । କୃଷିରୁ ଉତ୍ପାଦିତ ଦ୍ରବ୍ୟକୁ ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ବାଦ ଦେବାସହିତ କୃଷକର କଷ୍ଟଲବ୍ଧ ଶସ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବାର ସୁଯୋଗରୁ ବଞ୍ଚିତ କରିଛନ୍ତି । ଏହି ଦ୍ରବ୍ଯ ଗୁଡିକୁ ପୁଞ୍ଜିପତି ବେପାରୀ ମାନଙ୍କୁ ଶାଗ ମାଛ ଦରରେ କିଣିବାକୁ ସୁଯୋଗ ଦେଇ ଚାଷୀର ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛନ୍ତି l ଶ୍ରମିକ ମାନଙ୍କର ଦୈନିକ ମଜୁରୀ ବୃଦ୍ଧି କରିବା ପରିବର୍ତ୍ତେ ଦୈନିକ ଶ୍ରମ ସମୟକୁ ଆଠ ଘଣ୍ଟା ବଦଳରେ ବାର ଘଣ୍ଟା କରିଦେଇଛନ୍ତି l କର୍ମଚାରୀ ମାନଙ୍କର ଗ୍ରାଚୁଇଟି ଓ ପେନସନ ପ୍ରଦାନରେ ପ୍ରତିବନ୍ଧକ ସୃଷ୍ଟି କରି ଶ୍ରମିକ ମାନଙ୍କ ଦୁର୍ଦ୍ଦଶାକୁ ମାତ୍ରାଧିକ ବୃଦ୍ଧି କରିଛନ୍ତି । ନିର୍ମାଣ ଶ୍ରମିକ ପଞ୍ଜିକରଣ, ଟୁଲସ୍, ସାଇକେଲ, ପ୍ରସୂତି, ବିବାହ, ମୃତ୍ୟୁ, ଶିକ୍ଷା ଓ ଦୁର୍ଘଟଣା ସହାୟତା ବର୍ଷ ବର୍ଷ ଧରି ପ୍ରଦାନ କରାଯାଉନାହିଁ । ଅନ୍ୟ ରାଜ୍ୟ ମାନଙ୍କରେ କରୋନା ସହାୟତା ରାଶି ୫୦୦୦ ଟଙ୍କା ଦିଆଯାଉଥିବା ବେଳେ ଆମରାଜ୍ୟରେ ନିର୍ମାଣ ଶ୍ରମିକ ମାନଙ୍କୁ ସମୁଦ୍ରକୁ ଶଙ୍ଖେ ଭଳି ୧୫୦୦ ଟଙ୍କା ଦେଉଛନ୍ତି । ଯାହା ମଧ୍ୟ ଆଜିପର୍ଯ୍ୟନ୍ତ ୬୦ ପ୍ରତିଶତ ଲୋକଙ୍କୁ ଦିଆଯାଇନାହିଁ । ବିଦେଶ ଓ ବାହାର ରାଜ୍ୟରୁ ଜୀବିକା ହରାଇ ଘରକୁ ଫେରିଥିବା ଶ୍ରମିକ ମାନଙ୍କୁ କାର୍ଯ୍ୟ ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଏହି ସବୁ ଦୁର୍ଦ୍ଦିନରେ ଲୋକମାନେ ଗତି କରୁଥିବା ବେଳେ, ବିଦ୍ୟୁତ ଶୁଳ୍କର ମାତ୍ରାଧିକ ବୃଦ୍ଧି ବେଢ଼ି ଉପରେ କୋରଡ଼ା ମାଡ ସଦୃଶ ହୋଇଛି । ଏହିସବୁ ସମସ୍ୟାର ସମାଧାନ କରିବା ପାଇଁ ସମସ୍ତ ବିରୋଧୀ ଦଳ, ସାମାଜିକ ଓ କୃଷକ,ସଂଗଠନ ଉଭୟ ସରକାରଙ୍କ ନିକଟରେ ଦାବି କରି ସାରିଲେଣି କିନ୍ତୁ କେହି କର୍ଣପାତ କରୁନାହାନ୍ତି । ଏଣୁ INTUC ର ଶ୍ରମିକ ସଂଗଠନ ତରଫରୁ ଉଭୟ ସରକାରଙ୍କ ପ୍ରଣୀତ ଆଇନ ଓ ନିଷ୍ପତ୍ତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ପ୍ରତିବାଦ କରି ମହାମାନ୍ୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମାନପତ୍ର ଜିଲ୍ଲାପାଳଙ୍କ ଜରିଆରେ ଯାଇଛି ।
ସଂଘର ସଭାପତି ତଥା ଶ୍ରମିକ ନେତା ଫକୀର ଚରଣ ଖଟୁଆଙ୍କ ନେତୃତ୍ବରେ ଏହି ବିକ୍ଷୋଭ ସମାବେଶରେ ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଚିନ୍ମୟ ପ୍ରସାଦ ବେଉରା, INTUC ଜିଲ୍ଲା ସଭାପତି ମୁକ୍ତାର ଖାଁ, ରାଜ୍ୟ କୃଷି ଓ ଗ୍ରାମ୍ୟ ଶ୍ରମିକ ସଂଘର ଅଧ୍ୟକ୍ଷ ବସନ୍ତ କୁମାର ସେଠୀ, ନିଖିଳ ଉତ୍କଳ ଗ୍ରାମୀଣ ଚାଷୀମୂଲିଆ ସଂଘର ସାଧାର ବିଧୂ ଭୂଷଣ ମହାପାତ୍ର ପ୍ରମୁଖ ଶତାଧିକ କୃଷକ ଓ ଶ୍ରତାଧିକ ଯୋଗ ଦେଇ ଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking