30.1 C
Bhubaneswar
Friday, April 26, 2024
Homeଓଡିଶାଧାନ ମଣ୍ଡିରେ ଅବ୍ୟବସ୍ଥାକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ

ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ

 
ମାଲକାନଗିିର : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ଆରଏମସି ଫାଟକ ନିକଟସ୍ଥ ମୁଖ୍ୟ ରାସ୍ତାରେ ଶତାଧିକ ଚାଷୀ ଆଜି ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ବିରୋଧ କରି ରାସ୍ତାରୋକ କରିଛନ୍ତି । ଖଇରପୁଟ ବ୍ଲକ୍ ଅଧୀନରେ ଥିବା ମଣ୍ଡି ଗୁଡ଼ିକରେ ଧାନ ବସ୍ତା ମାସମାସ ଧରି ପଡ଼ି ରହିଥିଲେ ମଧ୍ୟ ଧାନକ୍ରୟ କରାନଯିବା ଅତି ପରିତାପର ବିଷୟ । ଧାନ ବସ୍ତା ପଡ଼ି ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଦେଖା ମିଳୁନଥିବାରୁ ଚାଷୀମାନେ ଧାନ ବସ୍ତା ଜଗି ବସି ରହିବାକୁ ପଡ଼ୁଛି । ଅନ୍‌-ଲାଇନରେ ଟୋକେନ ଆସିଥିଲେ ସୁଦ୍ଧା ଟୋକେନ ଉଭାନ ହୋଇଯାଉଛି । ଫଳରେ ଚାଷୀ ତାର ନିଜର ଉତ୍ପାଦିତ ଧାନ ବିକ୍ରି କରିପାରୁନାହିଁ । ଏଥିସଙ୍ଗେ ସଙ୍ଗେ ବହୁ ଦିନ ଧରି ମଣ୍ଡିରେ ବିକ୍ରି କରିଥିବା ଧାନର ପ୍ରାପ୍ୟ ମଧ୍ୟ ଚାଷୀମାନେ ପାଇନଥିବା ଅଭିଯୋଗ କରି ମଧ୍ୟାହ୍ନ ୧୨ଟାରେ ଏହି ରାସ୍ତାରୋକ କରିଥିଲେ ।
ଏଥିରେ ଖଇରପୁଟ ବ୍ଲକ୍ ସଭାପତି, ଗୌର ଚନ୍ଦ୍ର୍ର ସୁଗ୍ରୀଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଦସ୍ୟ ବାଲରାଜ କୋପେ,  ପୂର୍ବତନ ଖଇରପୁଟ ଉପାଧ୍ୟକ୍ଷ ପଦ୍ମନ ନାୟକ, ପୂର୍ବତନ ଗୋବିନ୍ଦପାଲ୍ଲୀ ସରପଞ୍ଚ  ରବିରାମ କିଚପାଡ଼ିଆ, ଶ୍ରୀନିବାସ ମୁଦୁଲି, କୃଷ୍ଣ ଚନ୍ଦ୍ର ରଥ, ରାଜେନ୍ଦ୍ର ସୁଗ୍ରୀ, ଗୁପ୍ତେଶ୍ୱର ବ୍ରହ୍ମା, ଦୀନବନ୍ଧୁ ଗୌଡ଼, ମନୋଜ ମାଳିଙ୍କ ସମେତ ଶତାଧିକ ଚାଷୀ ଏହି ରାସ୍ତାରୋକ କରିଥିଲେ । ଫଳରେ ଜୟପୁର-ମାଲକାନଗିରି ମଧ୍ୟରେ ଶତାଧିକ ଯାନବାହନ ଅଟକି ରହିଥିଲା ଏଥିଯୋଗୁଁ ବହୁ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସନ୍ଧ୍ୟା ୬ଟା ବେଳେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଗୋବିନ୍ଦ ପାଲ୍ଲୀ ଗସ୍ତ କରି ବିଶ୍ରାମ ଭବନ ଠାରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ପ୍ରଧାନ, ମାଥିଲି ବିଡିଓ ଆଶିଷ କୁମାର ଭୋଇ ଓ ଖଇରପୁଟ ଏମ୍‌.ଆଇ ପ୍ରଭାକର ଦୋରା ପହଞ୍ôଚ ଆନ୍ଦୋନକାରୀଙ୍କ ସହ ଆଲୋଚନା କରି ଆଗାମୀ ୭ ଦିନ ମଧ୍ୟରେ ମଣ୍ଡିରେ ଥିବା ଧାନକୁ ଉଠାଯିବ ଓ ପୁଣି ତାଲିକା ପ୍ରସ୍ତୁତ କରି ଟୋକେନ ପାଇଁ ସରକାରଙ୍କୁ ପଠାଯିବ ବୋଲି ଲିଖିତ ପ୍ରତିଶ୍ରୃତି ଦେବାସହ ଯେଉଁମାନେ ଟଙ୍କା ପାଇ ନାହାନ୍ତି ସେମାନଙ୍କୁ ମଧ୍ୟ ଅର୍ଥ ପୈଠ କରାଯିବ ବୋଲି ଲିଖିତ ପ୍ରତିଶ୍ରୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking