30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବିଦ୍ୟୁତ ତାର ସଂସ୍ପର୍ଶରେ ଚାଷୀ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଚାଷୀ ମୃତ

କୋରାପୁଟ : କୋରାପୁଟ ଜିଲ୍ଲାର ନନ୍ଦପୁର ଥାନା ଅନ୍ତର୍ଗତ ଗୁଣ୍ଠାପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଗୁଣ୍ଠାପୁଟ ଗ୍ରାମର ୪୭ବର୍ଷୀୟ ଡମୁ ହନ୍ତାଳ ନାମକ ବ୍ୟକ୍ତି ଆଜି ସକାଳେ ନିଜ ଚାଷ ଜମିକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ତାଙ୍କ ପତ୍ନୀ ଖୋଜିବାକୁ ଜମି ନିକଟକୁ ଯାଇଥିଲେ। ସେଠାରେ ତାଙ୍କ ସ୍ବାମୀଙ୍କ ମୃତ ଦେହ ପଡିଥିବା ଦେଖି ଥିଲେ ଓ ନିକଟରେ ବିଦ୍ୟୁତ ତାର ପଡିଥିବା ଦେଖି ଦଉଡ଼ି ଯାଇ ଗାଁ ଲୋକଙ୍କୁ ଡାକି ଆଣିଥିଲେ। ତଳେ ପଡିଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ବିଦ୍ୟୁତ ବିଭାଗ ଘଟଣା ସ୍ଥଳକୁ ଯାଇ ବିଦ୍ୟୁତ କାଟ କରିଥିଲେ। ପରେ ନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ବ୍ୟବସ୍ଥା କରିଥିଲେ । ନନ୍ଦପୁର ନେବାକୁ କୌଣସି ଆମ୍ବୁଲାନ୍ସ ନ ମିଳିବାରୁ ବାଧ୍ୟ ହୋଇ ଏକ ଅଟୋ ଭଡା କରି ସେଥିରେ ମୃତ ଦେହ ବ୍ୟବଛେଦ ପାଇଁ ନେବା ବ୍ୟବସ୍ଥାର ଅସଲ ରୂପକୁ ପଦାରେ ପକାଇଛି। ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତି ପୁରଣ ପ୍ରଦାନ ନେଇ ଦାବି କରିଛନ୍ତି ଗ୍ରାମବାସୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking