32.1 C
Bhubaneswar
Friday, April 26, 2024
Homeଓଡିଶାବ୍ରହ୍ମପୁରର ଆଇଜର ନାଁରେ ନକଲି ଇ-ମେଲ୍ ଆଇଡି

ବ୍ରହ୍ମପୁରର ଆଇଜର ନାଁରେ ନକଲି ଇ-ମେଲ୍ ଆଇଡି

ବେକାର ଯୁବକଙ୍କୁ ମିଳୁଛି ଇଣ୍ଟରଭ୍ୟୁ ତାରିଖ ସାଙ୍ଗକୁ ଅଫର ଲେଟର
ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଆଇଜର ଶିକ୍ଷାନୁଷ୍ଠାନ ନାମରେ ବେକାର ଯୁବକଙ୍କୁ ଠକିବା ଉଦ୍ଦେଶ୍ୟ ନକଲି ଇ-ମେଲ ଆଇଡି ଖୋଲିବା ଅଭିଯୋଗ ହୋଇଛି । ଏହା ସହ ଉକ୍ତ ଶିକ୍ଷାନୁଷ୍ଠାନ ନାମକୁ ବଦ୍‌ନାମ କରାଯାଉଛି । ଏନେଇ ଆଇଜରର ରେଜିଷ୍ଟ୍ରାର ବିଜେ ଆଚାରୁଲୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ ଗତ ଜୁନ ମାସ ୩ ତାରିଖରେ ମଙ୍ଗଲ ନାୟକ ନାମକ ଜଣେ ଯୁବକ ଆଇଜରର ଲ୍ୟାଣ୍ଡଲାଇନକୁ ଫୋନ କରିଥିଲେ । ସେ ଆଇଜର ପକ୍ଷରୁ ଏକ ଇ-ମେଲ ପାଇଛନ୍ତି ଏବଂ ୩ ତାରିଖରେ ହିଁ ତାଙ୍କଲ୍ୟାବ ଟେକନିସିଆନ ଚାକିରି ପାଇଁ ଇଣ୍ଟରଭ୍ୟୁ ଅଛି । ଉକ୍ତ ଇଣ୍ଟରଭ୍ୟୁ କେଉଁଠି ହେଉଛି ବୋଲି ପଚାରିଥିଲେ ।

ଯୁବକଙ୍କୁ ଏହି ଫୋନ କଲକୁ ଆଇଜର କର୍ତ୍ତୃପକ୍ଷ ଗୁରୁତର ସହ ନେବା ସହ ଆଇଜର ପକ୍ଷରୁ ସେହିଦିନ ଏଭଳି କୌଣସି ଇଣ୍ଟରଭ୍ୟୁ ସ୍ଥିର କରାଯାଇନଥିବା କହିଥିଲେ । ଏବଂ ସଂପୃକ୍ତ ଯୁବକଙ୍କୁ ମିଳିଥିବା ଇ-ମେଇ ତାଙ୍କ ଠାରୁ ଆଇଜର କର୍ତ୍ତୃପକ୍ଷ ମାଗିଥିଲେ । ସେହି ଇ-ମେଲକୁ ଯାଞ୍ଚ କରିବା ପରେ ଏହି ଶିକ୍ଷାନୁଷ୍ଠାନର ଜଣେ ଅଧିକାରୀଙ୍କ ନାମରେ ଥିବା ଇ-ମେଲ ଆଇଡିକୁ ନକଲ କରାଯାଇଛି । ଏହା ସହ ସଂପୃକ୍ତ ଅଧିକାରୀଙ୍କ ନକଲି ଲେଟର ପ୍ୟାଡ ଓ ସିଲ ଏବଂ ଦସ୍ତଖତ ମଧ୍ୟ ନକଲ ରହିଥିବା ଜଣାପଡ଼ିଥିଲା । ଅଭିଯୁକ୍ତ ଜଣଙ୍କ ସଂପୃକ୍ତ ଯୁବକଙ୍କୁ ଠକିବା ଉଦେଶ୍ୟରେ ଅଧିକାରୀଙ୍କ ଏଭଳି ନକଲି ଲେଟର ପ୍ୟାଡ ଓ ଦସ୍ତଖତ ବ୍ୟବହାର କରି ଏହି ଇ-ମେଲ ପଠାଇଥିବା ଜଣାପଡ଼ିଥିଲା ।

ସେହିପରି ସେହି ମାସ ୧୬ ଓ ୧୭ ତାରିଖରେ ଅଜିତ କଲ୍ୟାଣୀ ଓ କେ. ଦିନେଶ ନାମଙ୍କୁ ଦୁଇ ଜଣ ଯୁବକଙ୍କୁ ଆଇଜର କାର୍ଯ୍ୟାଳୟକୁ ଆସିଥିଲେ । ଉଭୟ ଏକ ଅଫର ଲେଟର ଦେଖାଇବା ସହ ସେମାନେ ଆଜି ଠାରୁ କାର୍ଯ୍ୟରେ ଯୋଗାଦେବାକୁ ଆସିଥିବା କହିଥିଲେ । କିନ୍ତୁ ଉକ୍ତ ଅଫର ଲେଟରଗୁଡ଼ିକ ଯାଞ୍ଚ ପରେ ଏହା ନକଲି ବୋଲି ଆଇଜର କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । ତେବେ ଅଭିଯୁକ୍ତ ଜଣଙ୍କ ଆଇଜର ଶିକ୍ଷାନୁଷ୍ଠାନ ନାମରେ ଇ-ମେଲ ଆଇଡି ଓ ଅଫର ଲେଟର ଦେଇ ବେକାର ଯୁବକ ଯୁବତୀମାନଙ୍କୁ ଠକିଥିବା ଆଇଜର କର୍ତ୍ତୃପକ୍ଷ ସନ୍ଦେହ କରିଛନ୍ତି । ଏନେଇ ଆଇଜରର ରେଜିଷ୍ଟ୍ରାର ବିଜେ ଆଚାରୁଲୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking