28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ'ସକ୍ଷମ' ପକ୍ଷରୁ ନେତ୍ରଦାନ ପକ୍ଷ ଆରମ୍ଭ

‘ସକ୍ଷମ’ ପକ୍ଷରୁ ନେତ୍ରଦାନ ପକ୍ଷ ଆରମ୍ଭ

କେନ୍ଦୁଝର : ଅନ୍ଧତ୍ୱ ମୁକ୍ତ ଭାରତ କରିବା ପାଇଁ ଲକ୍ଷ ରଖିଛି ସ୍ୱେଚ୍ଛାସେବୀ ସଂଗଠନ ସକ୍ଷମ । ଏହି ଲକ୍ଷ ପୁରଣ କରିବା ପାଇଁ ସଂଗଠନ ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଛି । କର୍ଣ୍ଣୟା ଅନ୍ଧତ୍ୱ ମୁକ୍ତ ଭାରତ ଅଭିଯାନ ( କାମ୍ବା) ମାଧ୍ୟମରେ ବାର୍ଷିକ ପଚାଶ ହଜାରରୁ ଉର୍ଦ୍ଧ୍ବ ନେତ୍ରଦାତା ସଂଗ୍ରହ ଲକ୍ଷ ରଖିଛି ସକ୍ଷମ । ଆଜି ଏହି ସକ୍ଷମ ନେତ୍ରଦାନ ଅଭିଯାନ ଶୁଭାରମ୍ଭ କେନ୍ଦୁଝର ଜିଲ୍ଲାର ଗୁରୁକୂଳ ବିଦ୍ୟାଳୟ ପରିସରରେ ଶୁଭାରମ୍ଭ ହୋଇଛି । ଏହି ଅଭିଯାନ ମାଧ୍ୟମରେ ମଲା ପରେ ଅନ୍ୟ ପାଇଁ ନେତ୍ର ଦାନ କରିବା ପାଇଁ ଲୋକଙ୍କ ମଧରେ ସଚେତନତା ସୃଷ୍ଟି କରିବା ହେଉଛି ମୂଳ ଲକ୍ଷ । ଓଡ଼ିଶାରେ ପ୍ରତିବର୍ଷ ଦଶ ହାଜରରୁ ଉର୍ଦ୍ଧ୍ବ ନେତ୍ରଦାତା ଲକ୍ଷ ରଖି ସକ୍ଷମ ପକ୍ଷରୁ କାମ୍ବା ମାଧ୍ୟମରେ ନେତ୍ରଦାନ ପକ୍ଷ ଆରମ୍ଭ କରାଯାଇଛି । ଏହି ପକ୍ଷ ପାଳନ ଅବସରରେ ଯୋଗ ଦେଇଥିବା ସମସ୍ତ ସ୍ୱେଚ୍ଛାସେବୀ ମାନେ ନେତ୍ରଦାନ ଶପଥ ପତ୍ର ପୁରଣ କରିବା ସହ ଆଗାମୀ ଦିନରେ ଲୋକଙ୍କ ମନରେ ଏହି ମହତ କାର୍ଯ୍ୟ ପାଇଁ ସଚେତନତା ସୃଷ୍ଟି କରିବାକୁ ଶପଥ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking